ଓଡିଶା

odisha

କର୍ଣ୍ଣାଟକ ସଙ୍କଟ: ଶକ୍ତି ପରୀକ୍ଷା ପୂର୍ବରୁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

By

Published : Jul 21, 2019, 11:23 AM IST

କର୍ଣ୍ଣାଟକ ବିଧାନସଭାରେ ସୋମବାର ଆସ୍ଥା ଭୋଟ ହେବ । ପୂର୍ବରୁ ରବିବାର କଂଗ୍ରେସର ବିଧାୟକ ଦଳର ବୈଠକ ହେବ । ବେଙ୍ଗାଲୁରୁର ତାଜ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରାଜନୈତିକ ନାଟକ ଉପରେ ସୋମବାର ପୂର୍ଣ୍ଣଚ୍ଛେଦ ପଡିପାରେ । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ତେବେ ଏହା ପୂର୍ବରୁ ରବିବାର କଂଗ୍ରେସର ବିଧାୟକ ଦଳର ବୈଠକ ହେବ । ଏଥିରେ କର୍ଣ୍ଣାଟକ ପ୍ରଭାରି କେସି ବେଣୁ ଗୋପାଳ, କଂଗ୍ରେସର ବିଧାୟକ ଦଳର ନେତା ସିଦ୍ଧାରମୈୟା ଏବଂ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ବର ସାମିଲ ହେବେ ବୋଲି ଜଣାପଡିଛି । ବେଙ୍ଗାଲୁରୁର ତାଜ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ ।

ଆଜି ସନ୍ଧ୍ୟା 5ଟା 30 ସମୟରେ ଏହି ବୈଠକ ହେବ । ତେବେ ଏଥିରେ କଂଗ୍ରେସ ବିଧାୟକଙ୍କ ଜରିଆରେ ଆଗାମୀ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଶୁକ୍ରବାର ଭିତରେ କୁମାରସ୍ବାମୀ ସରକାରଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ବଜୁଭାଇ ୱାଲା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୁମାରସ୍ବାମୀ ତାଙ୍କ ନିର୍ଦ୍ଦେଶକୁ ବେଖାତିର କରି ଶୁକ୍ରବାର ଆସ୍ଥା ଭୋଟ କରିବାକୁ ମନା କରିଦେଇଥିଲେ । ଏହାପରେ ବାଚସ୍ପତି କେଆର ରମେଶ କୁମାର ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ 15 ବିଧାୟକ ଇସ୍ତଫା ଦେବା ପରଠାରୁ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦେଖାଦେଇଛି ।

For All Latest Updates

ABOUT THE AUTHOR

...view details