ଓଡିଶା

odisha

ETV Bharat / bharat

ଗାଈ ଗୋବର ଚୋରି, ସରକାରୀ କର୍ମଚାରୀ ଗିରଫ

ଗାଈ ଗୋବର ଚୋରି ହେବା କଥା ପ୍ରଥମ ଥର ପାଇଁ ଶୁଣିଥିବେ । କର୍ଣ୍ଣାଟକରେ ଚିକ୍କମାଙ୍ଗାଲୁରୁ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଡିଜାଇନ ଫଟୋ

By

Published : Feb 7, 2019, 1:00 PM IST

ଚିକ୍କମାଙ୍ଗାଲୁରୁ: ଆପଣ ମୋବାଇଲ, ଟଙ୍କା, କିମ୍ବା ସୁନା ଅଳଙ୍କାର ଚୋରି ହେବାର କଥା ଶୁଣିଥିବେ । ଦାମିକିଆ ଜିନିଷ ଚୋରି କରି ରାତାରାତି ମାଲାମାଲା ହେବାପାଇଁ ଅନେକ ବହୁମୂଲ୍ୟ ଜିନିଷ ଚୋରି କରିଥିବା ଅଭିଯୋଗ ପ୍ରତ୍ୟେକ ଦିନ ସାମ୍ନାକୁ ଆସିଥାଏ । ମାତ୍ର ଗାଈ ଗୋବର ଚୋରି ହେବା କଥା ପ୍ରଥମ ଥର ପାଇଁ ଶୁଣିଥିବେ । କର୍ଣ୍ଣାଟକରେ ଚିକ୍କମାଙ୍ଗାଲୁରୁ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ କର୍ଣ୍ଣାଟକରେ ଚିକ୍କମାଙ୍ଗାଲୁରୁ ଅମୃତ ମହଲ କବଲର ଷ୍ଟକରେ ଗୋବର ରଖାଯାଇଥିଲା । ଏଥିରୁ 30ରୁ 40 ଟ୍ରାକ୍ଟର ଗାଈ ଗୋବର ଚୋରି ହୋଇଥିବା ଖବର ଚର୍ଚ୍ଚାକୁ ଆସିଥିଲା । ଏହି ଗୋବରର ମୂଲ୍ୟ ୧ଲକ୍ଷ ୨୫ ହଜାର ବୋଲି ଜଣାଯାଇଛି ।

ଏହି ଘଟଣା ପରେ ବିରୁର ସିପିଆଇ ସତ୍ୟନାରାୟଣ ସ୍ବାମୀ କହିଛନ୍ତି କି, ପଶୁପାଳନ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ତରଫରୁ ଗାଇର ଗୋବର ଚୋରି ମାମଲାରେ ଏଫଆଇଆର ରୁଜୁ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରି ପଶୁପାଳନ ବିଭାଗର ସୁପର ଭାଇଜରଙ୍କୁ ଗିରଫ କରିଛି ।

ଏହାସହ ଯେଉଁ ବ୍ୟକ୍ତିଙ୍କ ଜମିରେ ଏହି ଗୋବର ରଖାଯାଇଥିଲା ତାଙ୍କ ନାମରେ ମଧ୍ୟ ଥାନାରେ ମାମଲା ଦାୟର କରାଯାଇଛି । ଏହିସବୁ ଗୋବରରୁ ଖତ ପ୍ରସ୍ତୁତ କରି ସ୍ଥାନୀୟ ଚାଷୀମାନଙ୍କୁ ବଣ୍ଟନ କରାଯାଉଥିଲା । ଏହାସହ ଜବତ କରାଯାଇଥିବା ଚୋରି ଗୋବରକୁ ପଶୁପାଳନ ବିଭାଗକୁ ହସ୍ତାନ୍ତର କରିଛି ବିରୁର ପୋଲିସ ।

ABOUT THE AUTHOR

...view details