ବେଙ୍ଗାଲୁରୁ: କଂଗ୍ରେସର ଟାର୍ଗେଟରେ ବିଜେପି । କେବଳ ନିର୍ବାଚନୀ ଇସ୍ତାହାରକୁ ନେଇ ନୁହେଁ ବରଂ ମୁଖ୍ୟ ବିରୋଧୀ ହିସାବରେ ସମସ୍ତ ମୁଦ୍ଦାରେ ବିଜେପିକୁ ଜୋରଦାର ଟାର୍ଗେଟ କରିଆସୁଛି କଂଗ୍ରେସ । ଦେଖିବାକୁ ଗଲେ କଂଗ୍ରେସର ବହୁ ହେଭିୱେଟ ବିଜେପିକୁ କଟାକ୍ଷ କରି ଯେଉଁ ବୟାନ ଦିଅନ୍ତି ତାକୁ ନେଇ ଅନେକ ନେତା ବିବାଦ ଘେରରେ ଫସିଥିବା ବେଳେ ଏବେ ପୁଣି କଂଗ୍ରେସର ଜଣ ଟାଣୁଆ ନେତା ବିବାଦକୁ ନିଜ ଆଡକୁ ଟାଣିଛନ୍ତି ।
କର୍ଣ୍ଣାଟକ ରାଜ୍ୟର କଂଗ୍ରେସ ନେତାଙ୍କ ଏହି ବୟାନ ଏବେ ରାଜନୈତିକ ପାଣିପାଗକୁ ବେଶ ସରଗରମ କରିଛି । କଂଗ୍ରେସ ନେତା ରାମନାଥ ରାୟ ଏକ ପ୍ରେସମିଟରେ ବିଜେପି ସରକାରକୁ ପାକିସ୍ତାନ ସରକାର ସହ ତୂଳନା କରିଛନ୍ତି । ସେ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୋଟିଏ ମାଆ ପେଟରୁ ହିଁ ଜନ୍ମ ନେଇଛନ୍ତି'।