ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା କଂଗ୍ରେସ ନେତା ଡିକେ ଶିବକୁମାର ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ବୁଧବାର ତଳ କୋର୍ଟରେ ଶିବକୁମାରଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।
ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ଶିବକୁମାର - ଶିବକୁମାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ
ରାଉଜ ଏଭେନ୍ୟୁ କୋର୍ଟରେ କଂଗ୍ରେସ ନେତା ଶିବକୁମାରଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛନ୍ତି ସେ ।

ଫାଇଲ ଫଟୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ବୁଧବାର କର୍ଣ୍ଣାଟକ କଂଗ୍ରେସ ନେତା ଶିବକୁମାରଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏନେଇ ରାଉଜ ଏଭେନ୍ୟୁ କୋର୍ଟର ନିଷ୍ପତ୍ତିକୁ ଗୁରବାର ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଶିବକୁମାର । ବର୍ତ୍ତମାନ ଶିବକୁମାର ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି ।
ଗୁରବାର ସକାଳୁ ଅହମଦ ପଟେଲଙ୍କ ସମେତ କଂଗ୍ରେସର କିଛି ବରିଷ୍ଠ ନେତା ଶିବକୁମାରଙ୍କୁ ଭେଟିବାକୁ ତିହାର ଜେଲ ଯାଇଥିଲେ ।