ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି । ସୋମବାର ସିବିଆଇ ଟିମ୍ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ଘରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସିବିଆଇ ଦଳକୁ 50 ଲକ୍ଷ ଟଙ୍କା ନଗଦ ଟଙ୍କା ମିଳିଛି । ତେବେ ସିବିଆଇର ଏହି କାର୍ଯ୍ୟରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଓ ବିଜେପି ରାଜନୀତି କରିଥିବା ଅଭିଯୋଗ କରିଛି।
କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ବିଟ୍ କରି କହିଛନ୍ତି, ‘ମୋଦି-ୟେଦିରୁପ୍ପା ଯୋଡିର ସିବିଆଇ ଦ୍ବାରା ଅନ୍ୟମାନଙ୍କୁ ଡରାଇପାରିବେ ନାହିଁ । ଏହି ସମୟରେ ୟେଦିରପ୍ପା ସରକାରଙ୍କ ଦୁର୍ନୀତିର ସିବିଆଇ ଅନୁସନ୍ଧାନ କରିବା ଉଚିତ୍। ମୋଦି ସରକାରଙ୍କ ଏହି ରଣନୀତି ଆଗରେ କଂଗ୍ରେସ କର୍ମୀ ମୁଣ୍ଡନୂଆଁଇବେ ନାହିଁ ’ । ଏଥିସହ କଂଗ୍ରେସ ନେତା ପ୍ରିୟଙ୍କା ଖଡଗେ ଟ୍ବିଟ୍ରେ ଲେଖିଛନ୍ତି,‘ସିବିଆଇ ଦ୍ବାରା କରାଯାଉଥିବା ଏହି ଚଢାଉ ପୁଣିଥରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି। ଏଠାରେ ସରକାର ନିଜେ ଦୁର୍ନୀତିରେ ଜଡିତ ଅଛନ୍ତି ଏବଂ ନିର୍ବାଚନ ପାଖେଇ ଆସୁଛି ’ ।