ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ସିଏମଓରେ କୋରୋନା, ଘରୁ କାମ କରିବେ ମୁଖ୍ୟମନ୍ତ୍ରୀ - କର୍ଣ୍ଣାଟକ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଘଟଣାପରେ ସତର୍କତାମୂଳକ ପଦକ୍ଷେପ ଭାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିରୁପ୍ପା ଘରୁ କାମ କରିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ

By

Published : Jul 10, 2020, 5:03 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପହଞ୍ଚିଲା କୋରୋନା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତେବେ ଘଟଣାପରେ ସତର୍କତାମୂଳକ ପଦକ୍ଷେପ ଭାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିରୁପ୍ପା ହୋମ ଆଇସୋଲେଶନରେ ରହିବେ ବୋଲି ଜଣାପଡିଛି । ସେ ନିଜ ଘରୁ କାମ କରିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏନେଇ ଶୁକ୍ରବାର କହିଛନ୍ତି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବାସଭବନରେ କିଛି କର୍ମଚାରୀ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସତର୍କତାମୂଳକ ପଦକ୍ଷେପ ଭାବରେ ମୁଁ ଘରୁ କାମ କରିବାର ନିଷ୍ପତ୍ତି ନେଇଛି । ଆସନ୍ତା କିଛି ଦିନ ପାଇଁ ମୁଁ ନିଜ ଘରୁ ମୋର କର୍ତ୍ତବ୍ୟ ପାଳନ କରିବି ବୋଲି ସେ କହିଛନ୍ତି ।

ତେବେ ୟେଦୁରପ୍ପା ଅନଲାଇନରେ ଆବଶ୍ୟକ ନିର୍ଦ୍ଦେଶ ଏବଂ ପରାମର୍ଶ ଦେବେ ବୋଲି କହିଛନ୍ତି । ଏହା ସହିତ ସେ ସୁସ୍ଥ ଥିବା ଦର୍ଶାଇ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଛନ୍ତି । ଏହା ବ୍ୟତୀତ କୋରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ଲୋକଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ସେଠାରେ ଥିବା ଜଣେ ପୋଲିସ୍ କନଷ୍ଟେବଳଙ୍କ ସମ୍ପର୍କୀୟ ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସାନିଟାଇଜେସନ୍ ପାଇଁ ବନ୍ଦ କରି ଦିଆଯାଇଥିଲା। ଗୁରୁବାର ସୁଦ୍ଧା ରାଜ୍ୟରେ ମୋଟ କୋରୋନା ସଂକ୍ରମଣ ମାମଲା 30,000 କୁ ଛୁଇଁଛି ।

ABOUT THE AUTHOR

...view details