ଓଡିଶା

odisha

ETV Bharat / bharat

BIEC ର କୋଭିଡ କେୟାର ସେଣ୍ଟର ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

କୋରୋନାକୁ ମାତ ଦେବାକୁ କର୍ଣ୍ଣାଟକ ସରକାର ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ବେଙ୍ଗାଲୁରର ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ରକୁ କୋଭିଡ କେୟାର ସେଣ୍ଟର ଭାବେ ପରିଣତ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 10, 2020, 9:35 AM IST

Updated : Jul 10, 2020, 10:06 AM IST

ବିଆଇଇସିର କୋଭିଡ କେୟାର ସେଣ୍ଟରକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା
ବିଆଇଇସିର କୋଭିଡ କେୟାର ସେଣ୍ଟରକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଗୁରୁବାର ବେଙ୍ଗାଲୁରୁ ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ର (BIEC) ରେ ପ୍ରତିଷ୍ଠିତ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ସେଠାରେ ଥିବା ସମସ୍ତ ସୁବିଧା ବିଷୟରେ ଟିକନିକ ଯାଞ୍ଚ କରିଛନ୍ତି।

ବେଙ୍ଗାଲୁରୁରେ କୋରୋନା ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିଛନ୍ତି । କୋରୋନା ମୁକାବିଲା ପାଇଁ ବେଙ୍ଗାଲୁରୁର ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ରକୁ କୋଭିଡ କେୟାରରେ ପରିଣତ କରାଯାଇଛି । ଏହି କୋଭିଡ କେୟାରରେ 10,100 ଶଯ୍ୟା ରହିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କେୟାର ପ୍ରଦର୍ଶନ ସାରି କହିଛନ୍ତି ।

ପ୍ରତି 100 ସଂକ୍ରମିତଙ୍କ ପାଇଁ ଜଣେ ଡାକ୍ତର, 2 ଜଣ ନର୍ସ ଓ ଜଣ ସହଯୋଗୀ କର୍ମଚାରୀ ସମେତ ଗୃହରକ୍ଷୀ ଓ 2 ଜଣ ବିବିଏମପି ମାର୍ଶାଲଙ୍କୁ ନିୟୋଜିତ ହେବେ । 2200 କର୍ମଚାରୀଙ୍କ ସମେତ ଡାକ୍ତର, ନର୍ସ, ଗୃହକର୍ମୀଙ୍କୁ ନିଯୁକ୍ତ କରାଯାଇଛି । ଏଠାରେ ଆକ୍ରାନ୍ତଙ୍କୁ ଉତ୍ତମ ଖାଦ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ଟିଭି, କ୍ୟାରମ ବୋର୍ଡ, ଚେସ ବୋର୍ଡ ଭଳି ଖେଳ ସାମଗ୍ରୀ ମଧ୍ୟ ଯୋଗାଯାଇଛି ।

ସଂକ୍ରମିତଙ୍କ ଯତ୍ନ ଏବଂ ମନିଟରିଂ, ଜରୁରୀକାଳୀନ ଚିକିତ୍ସା ସୁବିଧା, ଆଇସିୟୁ, ଇସିଜି, ଅମ୍ଳଜାନ ସହାୟତା, ପ୍ରାଥମିକ ଚିକିତ୍ସା ଏବଂ ଫାର୍ମାସି ସୁବିଧା ସହ ଜଡିତ କର୍ମଚାରୀଙ୍କ ପାଇଁ ସୁରକ୍ଷା କିଟ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହ 24 ଘଣ୍ଟା ଉପରେ ନଜର ରଖିବା ପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ପ୍ରତିଷ୍ଠା କରାଯିବ ଏବଂ ଏହା କେନ୍ଦ୍ର ନିକଟସ୍ଥ ଡାକ୍ତରଖାନା ସହିତ ଟାଇ-ଅପ କରିଛି। କମ୍ବଳ ଏବଂ ବେଡସିଟ୍ ଧୋଇବା ପାଇଁ ଲଣ୍ଡ୍ରି ସୁବିଧା ଯୋଗାଇ ଦିଆଯିବ। ବର୍ଜ୍ୟବସ୍ତୁକୁ ପୃଥକ କରିବା ଏବଂ ବିସର୍ଜନ କରିବା ବ୍ୟବସ୍ଥିତ ଭାବରେ କରାଯିବ।

ୟେଦ୍ୟୁରପ୍ପା କହିଛନ୍ତି ଯେ, ଅନଲକ୍ ପ୍ରକ୍ରିୟା ଆରମ୍ଭରୁ ରାଜ୍ୟରେ କୋରୋନା ଭାଇରସ ସଂଖ୍ୟାରେ ବୃଦ୍ଧି ପାଇଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ଦର୍ଶାଇଛନ୍ତି। ଏହା ସହିତ ନିଜ ନିର୍ବାଚନମଣ୍ଡଳୀରେ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦେବାକୁ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Last Updated : Jul 10, 2020, 10:06 AM IST

ABOUT THE AUTHOR

...view details