ଓଡିଶା

odisha

ETV Bharat / bharat

ଗୋଟିଏ ଦେଶ-ଗୋଟିଏ ଭାଷାକୁ ନେଇ ବିଜେପିରେ ଫାଟ! - ଗୋଟିଏ ଦେଶ-ଗୋଟିଏ ଭାଷାକୁ ବିରୋଧ କଲେ ୟେଦିୟୁରପ୍ପା

ଗୋଟିଏ ଦେଶ-ଗୋଟିଏ ଭାଷା ବିଚାରଧାରାକୁ ବିରୋଧ କରିଛନ୍ତି ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା । କର୍ଣ୍ଣାଟକରେ କନ୍ନଡ ଭାଷାର ଗୁରୁତ୍ବ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସେ।

ଫାଇଲ ଫଟୋ

By

Published : Sep 17, 2019, 9:43 AM IST

ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ଭାଷା ବିଚାରଧାରାକୁ ନେଇ ଏବେ ବିବାଦ ତେଜିଛି। ଏହି ବିଚାରଧାରା ବିରୋଧରେ ଏବେ ବିଜେପି ଦଳୀୟ ମହଲରୁ ସ୍ବର ଉତ୍ତୋଳନ ହେବା ଆରମ୍ଭ ହୋଇଛି । କର୍ଣ୍ଣାଟକରେ କନ୍ନଡ ଭାଷାର ଗୁରୁତ୍ବ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା।

ଗୃହମନ୍ତ୍ରୀ ଅମିତ ଶାହଙ୍କ ମତାମତ ଉପରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ର ଟ୍ବିଟ କରି କହିଛନ୍ତି ଯେ, ଆମ ଦେଶର ସବୁ ସରକାରୀ ଭାଷା ସମାନ । କନ୍ନଡ କର୍ଣ୍ଣାଟକ ପ୍ରାଦେଶିକ ଭାଷା। ତେଣୁ ଏହାର ଗୁରୁତ୍ବ ସହିତ ସାଲିସ କରିବୁ ନାହିଁ । କନ୍ନଡ ଏବଂ ରାଜ୍ୟର ସଂସ୍କୃତିକୁ ପ୍ରୋତ୍ସାହନ କରିବାକୁ ଆମେ ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି।

ସେହିପରି ତାମିଲନାଡୁରେ ମଧ୍ୟ ଏହି ବିଚାରଧାରାକୁ ତୀବ୍ର ବିରୋଧ କରାଯାଉଛି । ତାମିଲନାଡୁର ଅଭିନେତା ତଥା ମକଲ ନିଧି ମୟମ ଦଳର ସଭାପତି କମଲ ହାସନ ସୋମବାର ଗୋଟିଏ ଦେଶ ଗୋଟିଏ ଭାଷାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବିବିଧତା ଭିତରେ ଏକତାର ପ୍ରତିଶୃତିକୁ ନେଇ 1950 ରେ ଭାରତ ଏକ ଜନରାଜ୍ୟରେ ପରିଣତ ହୋଇଥିଲା।

ତେଣୁ କୌଣସି ଶାହ, ସୁଲତାନ କିମ୍ବା ସମ୍ରାଟ ଏହି ପ୍ରତିଶୃତିକୁ ଛଡାଇ ନେଇପାରିବେ ନାହିଁ। ଆବଶ୍ୟକ ପଡିଲେ ଜାଲିକାଟୁ ଠାରୁ ଆମେ ବଡ ଧରଣର ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି କମଲ ହାସନ କହିଛନ୍ତି। ଗତ 14 ତାରିଖରେ ହିନ୍ଦୀ ଦିବସ ଅବସରରେ କହିଥିଲେ ଯେ, ହିନ୍ଦୀ ଭାଷା ହିଁ ଦେଶକୁ ଏକଜୁଟ କରି ପାରିବ। ଏହା ସହିତ ଏବେ ଗୋଟିଏ ଦେଶ-ଗୋଟିଏ ଭାଷାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବିଚାରଧାରାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ, ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଏବଂ ରାହୁଲ ଗାନ୍ଧୀ ସମେତ ଅନେକ ବିରୋଧୀ ଦଳର ନେତା ବିରୋଧ କରିଛନ୍ତି।

For All Latest Updates

TAGGED:

ABOUT THE AUTHOR

...view details