ଓଡିଶା

odisha

ETV Bharat / bharat

ସମ୍ପ୍ରସାରିତ ହେଲା ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳ, ସାମିଲ ହେଲେ 10 ନୂଆ ମନ୍ତ୍ରୀ - Yeddyurappa cabinet expansion

କର୍ଣ୍ଣାଟକରେ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ତାଙ୍କ କ୍ୟାବିନେଟରେ 10 ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

Karnataka CM BS Yeddyurappa
ଫାଇଲ ଫଟୋ

By

Published : Feb 6, 2020, 10:37 AM IST

Updated : Feb 6, 2020, 2:35 PM IST

ବେଙ୍ଗାଲୁରୁ: ଆଜି (ଗୁରୁବାର) ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ୟେଦୁରପ୍ପାଙ୍କ କ୍ୟାବିନେଟରେ 10 ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା 10 ଜଣ ବିଧାୟକଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଯେଉଁ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀର ଦାୟିତ୍ବ ମିଳିବ, ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକ ସାମିଲ ଅଛନ୍ତି । ଏସଟି ସୋମଶେଖର, ଜରକିହୋଲି ରମେଶ ଲକ୍ଷ୍ମଣ ରାୱ, ଆନନ୍ଦ ସିଂହ, କେ ସୁଧାକର, ଏଚଏ ବାସବରାଜ, ଅରାବଲୀ ହେବ୍ବର ଶିବରାମ, ବିସି ପାଟିଲ, କେ ଗୋପାଲୈୟା, ନାଗାୟଣ ଗୌଡା ଏବଂ ବାଲାସାହିବ ପାଟିଲ ମନ୍ତ୍ରୀପଦର ଶପଥ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ଫଟୋ ସୌଜନ୍ୟ: @ANI

ଅନ୍ୟପକ୍ଷେ ଉମେଶ କଟ୍ଟିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ସହ ମନ୍ତ୍ରୀ ପଦ ଦିଆଯିବ । କିନ୍ତୁ ବର୍ତ୍ତମାନ କ୍ୟାବିନେଟ ସମ୍ପ୍ରସାରଣରେ ସାମିଲ କରିବା ସମ୍ଭବ ନୁହେଁ ତେଣୁ ତାଙ୍କୁ ନୂଆ ଦାୟିତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି(ଗୁରୁବାର) ସକାଳ 10ଟା 30 ମିନିଟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2020, 2:35 PM IST

ABOUT THE AUTHOR

...view details