ଓଡିଶା

odisha

ETV Bharat / bharat

ପ୍ରବଳ ବର୍ଷା ଲାଗି ବିବିଏମପି ଅଧିକାରୀଙ୍କୁ ସତର୍କ କଲେ କର୍ଣ୍ଣାଟକ ସିଏମ୍ - ବର୍ଷା ପାଇଁ ବିବିଏମପି ଅଧିକାରୀଙ୍କୁ ସତର୍କ

ସହରରେ ଆଗାମୀ 2ଦିନ ପ୍ରବଳ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ସହରର ସରକାରୀ ସଂସ୍ଥାଗୁଡିକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବା ପରେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Karnataka CM alerts BBMP officials on heavy rains forecast
ପ୍ରବଳ ବର୍ଷା ଲାଗି ବିବିଏମପି ଅଧିକାରୀଙ୍କୁ ସତର୍କ କଲେ କର୍ଣ୍ଣାଟକ ସିଏମ୍

By

Published : Oct 24, 2020, 4:00 PM IST

ବେଙ୍ଗାଲୁରୁ: ଆଗାମୀ 2ଦିନ ପ୍ରବଳ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ନେଇ ଗତକାଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ସହରର ସରକାରୀ ସଂସ୍ଥା ଗୁଡିକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ସହରର ଅନେକ ଅଞ୍ଚଳ ବିଶେଷକରି ଦକ୍ଷିଣ ବେଙ୍ଗାଲୁରୁ ଅଞ୍ଚଳରେ ଗତ ଶୁକ୍ରବାର ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବା ପରେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଡ୍ରେନ୍ ଜଳ ପ୍ରବାହିତ ହେବା ଯୋଗୁଁ ରାସ୍ତାଗୁଡ଼ିକ ରିଭ୍ୟୁଲେଟରେ ପରିଣତ ହୋଇଥିଲା ଏବଂ ଅନେକ ଘର ଜଳମଗ୍ନ ହୋଇଯାଇଥିଲା । ତେବେ ପୁଣି ଏଭଳି ପରିସ୍ଥିତିକୁ ନ ଉପୁଜିବା ପାଇଁ ମୁଖ୍ୟମନ୍ତ୍ରୀ ବିବିଏମପିକୁ ସତର୍କ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି-ସିଟି ନାଗରିକ ସଂସ୍ଥା) କମିଶନର ମଞ୍ଜୁନାଥ ପ୍ରସାଦଙ୍କୁ ଡାକି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏବଂ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ କମିଶନରଙ୍କୁ କହିଥିବାର ସୂଚନା ମିଳିଛି ।

ଗତକାଲି ସହରର ଅନେକ ୱାର୍ଡରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା ବୋଲି ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ଅର୍ଥାତ୍ ଶନିବାର ସକାଳ ସମୟରେ ବର୍ଷା ନହେବା ସହ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଜଳ କମିଯିବାରୁ ନାଗରିକ କର୍ମଚାରୀମାନେ ସଫେଇ କାର୍ଯ୍ୟ କରୁଥିବାର ଜଣାପଡିଛି ।

ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବା ପାଇଁ ରାଜସ୍ବ ମନ୍ତ୍ରୀ ଆର ଅଶୋକା ଆସିଛନ୍ତି । ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିବା ସହ ସର୍ଭେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଅଭାବ ଥିବା ଲୋକଙ୍କ ପାଇଁ ଜଳ ଓ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ଗତକାଲି ରାତିରେ ଏନଡିଆରଏଫ ଦଳକୁ ଡକାଯାଇ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁ ଦକ୍ଷିଣ ଅଞ୍ଚଳ ସହ ଜଡିତ ଏକ ବଡ଼ ଜଳ ନିଷ୍କାସନ ଉପରେ କାର୍ଯ୍ୟ ଚାଲିଥିବାରୁ ଏହା ଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ଆର ଅଶୋକା ସୂଚନା ଦେଇଛନ୍ତି ।

ABOUT THE AUTHOR

...view details