ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଉପନିର୍ବାଚନ: ଆରମ୍ଭ ହେଲା ମତଦାନ ପ୍ରକ୍ରିୟା - କର୍ଣ୍ଣାଟକ ଉପନିର୍ବାଚନ

କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଗୁରୁବାର ସକାଳ 7 ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ।

Karnataka bypolls
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 5, 2019, 8:14 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଗୁରୁବାର ସକାଳ 7 ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଉପନିର୍ବାଚନର ଫଳାଫଳ ଡିସେମ୍ବର 9ରେ ବାହାରିବ । 15 ବିଧାନସଭା ଆସନରେ ମୋଟ 189 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିରେ 126 ସ୍ବାଧୀନ ପ୍ରାର୍ଥୀ ଏବଂ 9 ମହିଳା ସାମିଲ ଅଛନ୍ତି । ପ୍ରାୟ 37.78 ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ମତଦାନ ସମୟରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ, ସେ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଜେପି ଏବଂ କଂଗ୍ରେସ ଉଭୟ 15 ବିଧାନସଭା ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ କେବଳ 12 ଟି ଆସନରେ ନିର୍ବାଚନ ଲଢୁଛି ।

ତେବେ ଏହି ନିର୍ବାଚନ କର୍ଣ୍ଣାଟକରେ ବିଜେପି ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଶାସନ କ୍ଷମତା ବଜାୟ ରଖିବା ପାଇଁ ୟେଦିରୁପ୍ପା ସରକାରଙ୍କୁ 15 ଆସନ ମଧ୍ୟରୁ ଅତି କମରେ 6ଟି ଆସନ ଜିତିବାକୁ ପଡିବ । ସେପଟେ ଅଯୋଗ୍ୟ ଘୋଷିତ ହୋଇଥିବା 17 ବିଧାୟକଙ୍କ ମଧ୍ୟରୁ 13 ବିଧାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି । ଉପନିର୍ବାଚନ ଲଢିବା ପାଇଁ ସେମାନଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲା ।

କର୍ଣ୍ଣାଟକ ବିଧାନସଭାରେ ମୋଟ୍‌ ୨୨୫ ଜଣ ସଦସ୍ୟ । ଏଥିରୁ ଜଣେ ମନୋନୀତ ସଦସ୍ୟ ଅଟନ୍ତି । ଫଳରେ ଆସନ ସଂଖ୍ୟା ୨୨୪ । ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପରେ ୧୫ ଆସନରେ ଉପନିର୍ବାଚନ ହେଉଛି । ଅର୍ଥାତ୍‌ ଆସନ ସଂଖ୍ୟା ରହିବ ୨୨୨ । ବିଜେପି ନିକଟରେ ବର୍ତ୍ତମାନ ୧୦୬ ବିଧାୟକଙ୍କ ସମର୍ଥନ ରହିଛି । କଂଗ୍ରେସ ନିକଟରେ ୬୬ ଏବଂ ଜେଡିଏସ ପାଖରେ ୩୪ ବିଧାୟକ ଅଛନ୍ତି । ତେଣୁ କ୍ଷମତାରେ ରହିବା ପାଇଁ ବିଜେପିକୁ ଆଉ ୬ ବିଧାୟକଙ୍କ ସମର୍ଥନର ଆବଶ୍ୟକ ରହିଛି । ଏହି ଉପନିର୍ବାଚନ ବିଜେପିର ଭବିଷ୍ୟତ ନିର୍ଦ୍ଧାରଣ କରିବ । ୧୫ ଆସନରୁ ଯଦି ବିଜେପି ୬ଟି ଆସନ ଜିତିବାରେ ସଫଳ ନହୁଏ ତେବେ ସରକାର ଭାଙ୍ଗିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details