ବେଙ୍ଗାଲୁରୁ: ସୁପ୍ରିମକୋର୍ଟରୁ ଉପନିର୍ବାଚନ ଲଢିବା ନେଇ ଆଶ୍ବସ୍ତି ମିଳିବା ପରେ ଗୁରୁବାର 17 ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ 15 ଜଣ ବିଜେପିରେ ଯୋଗ ଦେଇଛନ୍ତି । କର୍ଣ୍ଣାଟକ ବିଜେପିର ପାର୍ଟି ଅଫିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମସ୍ତ ବିଧାୟକଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ନଲୀନ କୁମାରଙ୍କ ଉପସ୍ଥିତିରେ ସମସ୍ତ ବିଧାୟକ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।
କର୍ଣ୍ଣାଟକ ଉପନିର୍ବାଚନ: ବିଜେପିରେ ମିଶିଲେ 15 ବିଦ୍ରୋହୀ ବିଧାୟକ, 13ଙ୍କୁ ଟିକେଟ - ବିଜେପିରେ ମିଶିଲେ ବିଦ୍ରୋହୀ ବିଧାୟକ
ସୁପ୍ରିମକୋର୍ଟରୁ ଉପନିର୍ବାଚନ ଲଢିବା ନେଇ ଆଶ୍ବସ୍ତି ମିଳିବା ପରେ ଗୁରୁବାର 17 ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ 15 ଜଣ ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଏଏନଆଇ
କର୍ଣ୍ଣାଟକ କଂଗ୍ରେସ ଓ ଜେଡି(ଏସ୍)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ବିଜେପିରେ ଯୋଗଦେଇଥିଲେ। ଏହାପରେ ଆଗକୁ ଥିବା କର୍ଣ୍ଣାଟକ ଉପନିର୍ବାଚନ ପାଇଁ ବିଜେପି ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଛି।
ଏହାସହ ରାଜ୍ୟରେ ଦୁଇଟି ମକ୍କି ଓ ରାଜେଶ୍ବରୀ ବିଧାନସଭା ଆସନରେ ଉପନିର୍ବାଚନ ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଦୁଇ ବିଧାନସଭା ଆସନ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଦାୟର କରାଯାଇଥିବା ଯାଚିକା ବିଚାରାଧିନ ରହିଛି ।