ବେଙ୍ଗାଲୁରୁ: ଆଜି ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ କର୍ଣ୍ଣାଟକ ସରକାର । ରାଜ୍ୟପାଳଙ୍କ ନିର୍ଦ୍ଦେଶ ମୁତାବକ 1.30 ପୂର୍ବରୁ ସରିବ ଆସ୍ଥା ଭୋଟ । 16 ବିଧାୟକଙ୍କ ଇସ୍ତଫା ପରେ ଏବେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପାଇଁ ବଡ ସଙ୍କଟ । ଏପଟେ ପୁରା ଘଟଣାକୁ ନଜରରେ ରଖିଛି ବିଜେପି । କେତେବେଳେ କୁମାରସ୍ବାମୀ ଇସ୍ତଫା ଦେବେ, ଅନାଇ ବସିଛି ଦଳ । ଆସ୍ଥା ଭୋଟ ପୂର୍ବରୁ ଦଳୀୟ ବିଧାୟକଙ୍କ ବୈଠକ ଡାକିଛନ୍ତି ରାଜ୍ୟ ବିଜେପି ସଭାପତି ବି.ଏସ. ୟେଦ୍ଦୁରପା ।
ଆସ୍ଥା ଭୋଟ ପୂର୍ବରୁ ୟେଦ୍ଦୁରପା ଡାକିଲେ ବିଜେପି ବିଧାୟକ ଦଳ ବୈଠକ - karnataka politics
କେମିତି ରହିବ କର୍ଣ୍ଣାଟକ ନାଟକର ଅନ୍ତିମ ଭାଗ । ଆଜି ଆସ୍ଥା ଭୋଟ । ଗୃହ ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ।
ବିଧାନସଭା ଆରମ୍ଭ ହେବାର ଠିକ କିଛି ସମୟ ପୂର୍ବର ବୈଠକ । ଦଳୀୟ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ୟେଦ୍ଦୁରପା । କାଲି ବିଧାନସୌଧରେ ଧାରଣା, ଆଜି ବୈଠକ । ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତ ରହିବାକୁ ପରମର୍ଶ ଦେଇପାରନ୍ତି ୟେଦ୍ଦୁରପ୍ପା । ଏପରିକି ଆସ୍ଥା ଭୋଟ ସମୟରେ ଯେପରି ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ରହିବେ, ସେନେଇ ମଧ୍ୟ ଗୁରୁତ୍ବ ଦିଆଯାଇଛି । କୁମାରସ୍ବାମୀ ସରକାର ବହୁମତ ହରାଇବା କ୍ଷଣି ହିଁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବ ବିଜେପି । ଏପଟେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛନ୍ତି କର୍ଣ୍ଣାଟକ ସରକାର ।