ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଭେଙ୍କଟରଡ୍ଡି ମୁଡନାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି । ତେବେ, 63 ବର୍ଷୀୟ ଭେଙ୍କଟରଡ୍ଡି ଶନିବାର ଦିନ ଅସୁସ୍ଥ ଅନୁଭବ କରିବାରୁ କୋରୋନା ପରୀକ୍ଷା କରିଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଥିଲା ।
କର୍ଣ୍ଣାଟକ ବିଜେପି ବିଧାୟକ କୋରୋନା ପଜିଟିଭ - ବିଧାୟକ ଭେଙ୍କଟରଡ୍ଡି ମୁଡନାଲ କୋରୋନା ପଜିଟିଭ
କର୍ଣ୍ଣାଟକର ବିଜେପି ବିଧାୟକ ଭେଙ୍କଟରଡ୍ଡି ମୁଡନାଲ କୋରୋନା ପଜିଟିଭ। ଚିକିତ୍ସା ପାଇଁ ଏକ ଘରୋଇ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ......

କର୍ଣ୍ଣାଟକ ବିଜେପି ବିଧାୟକ କୋରୋନା ପଜିଟିଭ
କର୍ଣ୍ଣାଟକର ୟାଦଗିର ନିର୍ବାଚନ ମଣ୍ତଳୀର ସେ ବିଧାୟକ ଅଛନ୍ତି । ତେବେ ଗତ ସ୍ବାଧିନତା ଦିବସରେ ୟାଦଗିରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ତେବେ, ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବା ସହ ନିଜକୁ ଆଇସୋଲେସନରେ ରଖିବା ପାଇଁ ଅନୁରୋଧ କରିଛନ୍ତି ।
@ IANS
TAGGED:
covid19