ବେଙ୍ଗାଲୁରୁ: ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା, ଜେଡିଏସ୍ ବିଧାୟକ ନାଗନ ଗୌଡ଼ଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ କିଛି ଦିନ ତଳେ ଜେଡିଏସ ଜାରି କରିଛି । ଏହାର ଏସଆଇଟି ତଦନ୍ତ ହେବ । ଏ ନେଇ ବାଚସ୍ପତି କେ.ଆର ରମେଶ କୁମାର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଏସଆଇଟି ଟିମ୍ ଗଠନ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କର୍ଣ୍ଣାଟକ ଅଡିଓ କ୍ଲିପ ଘଟଣା, ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ - SIT
କର୍ଣ୍ଣାଟକର ବିଜେପି ମୁଖ୍ୟ ବିଏସ ୟେଦିୟୁରପ୍ପା ଓ ଜେଡିଏସ ବିଧାୟକ ନଗନଗୌଡା କାଣ୍ଡକୁରଙ୍କ ପୁଅ ମଧ୍ୟରେ କଥାବାର୍ତ୍ତାର ଅଡିଓ କ୍ଲିପର ହେବ ତଦନ୍ତ । ବାଚସ୍ପତି ଏସଆଇଟି କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ
15 ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ବାଚସ୍ପତି କହିଛନ୍ତି । ତେବେ ୟେଦ୍ଦରୁପ୍ପା ଏହି ଅଡିଓ କ୍ଲିପ୍କୁ ଜାଲ୍ ବୋଲି କହିବା ସହ ଏହା ସତ ପ୍ରମାଣିତ ହେଲେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିସାରିଛନ୍ତି । ଲୋକସଭା ନିର୍ବାଚନ ବେଳେ କୁମାରସ୍ବାମୀ ବିଜେପିକୁ ବଦନାମ କରିବା ପାଇଁ ଏପରି ଅଡିଓ କ୍ଲିପ ଜାରି କରିଥିବା ସେ କହିଛନ୍ତି ।