ବେଙ୍ଗାଲୁରୁ: ଆହୁରି ଲମ୍ବିବ କି କର୍ଣ୍ଣାଟକ ନାଟକ ? ଆଜି ଫ୍ଲୋର ଟେଷ୍ଟ ପାଇଁ ନିଷ୍ପତ୍ତି ଚୂଡାନ୍ତ କରିସାରିଛନ୍ତି ବାଚସ୍ପତି । ଆରମ୍ଭ ହୋଇସାରିଛି ବିଧାନସଭା । ହେଲେ ଏପର୍ଯ୍ୟନ୍ତ ଆସିନାହାଁନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ।
ଆଜି ଫ୍ଲୋର ଟେଷ୍ଟ, ବିଧାନସଭା ଆସିନାହାଁନ୍ତି କୁମାରସ୍ବାମୀ - କର୍ଣ୍ଣାଟକ ରାଜନୀତି
ଆଜି ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ କର୍ଣ୍ଣାଟକ ସରକାର । ମାତ୍ର ଏପର୍ଯ୍ୟନ୍ତ ବିଧାନସଭା ଆସିନାହାଁନ୍ତି କୁମାରସ୍ବାମୀ ।
![ଆଜି ଫ୍ଲୋର ଟେଷ୍ଟ, ବିଧାନସଭା ଆସିନାହାଁନ୍ତି କୁମାରସ୍ବାମୀ](https://etvbharatimages.akamaized.net/etvbharat/prod-images/768-512-3918659-thumbnail-3x2-hd.jpg)
ଫାଇଲ ଫଟୋ
ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି । ଆଜି ସନ୍ଧ୍ୟା 6ଟାରେ ପ୍ଲୋର ଟେଷ୍ଟ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ସତ । ହେଲେ ଅନୁପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ହେଲେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ଫେଲ କୁମାରସ୍ବାମୀଙ୍କ ଆଜି ବିଧାନସଭାରେ ଦେଖାଦର୍ଶନ ନାହିଁ ।
କିଛି ନୂଆ ପ୍ଲାନ କରିବାରେ ବ୍ୟସ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ! କାହିଁକି ଆଜି ବିଧାନସଭା ଆସିନାହାଁନ୍ତି କୁମାରସ୍ବାମୀ ? ଭୋଟି ପୂର୍ବରୁ ଇସ୍ତଫା ଦେବେ ? ନା ଦିନ ଗଡାଇବା ପାଇଁ ନୂଆ ଚାଲ ? ଏବେ ସସପେନ୍ସରେ କ୍ଲାଇମେକ୍ସ ।