ବେଙ୍ଗାଲୁରୁ: କର୍ଣ୍ଣାଟକର କାରଗଡ଼ା ଜିଲ୍ଲାର ଜଣେ ଚାଷୀ 20 ଫୁଟ ଉଚ୍ଚର 240 ଟନ ଆଖୁ ଚାଷ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଜୈବିକ ସାର ବ୍ୟବହାର ଦ୍ବାରା ଆଖୁର ଆକାର ଅସାଧାରଣ ହୋଇଥିବା ଜଣାପଡିଛି ।
କାରଗଡ଼ା ଗ୍ରାମର ଲକ୍ଷ୍ମଣ ପଶାରେ ଓ ଭାବୁ ସାହେବ ଏହି ଆଖୁଚାଷ କରିଛନ୍ତି । ପଶାରେ ନୂତନ ଜ୍ଞାନକୌଶଳ ଓ ଜୈବିକ ସାର ବ୍ୟବହାର କରି ଏକର ଜମିରେ ଏହି ଚାଷ କରିଛନ୍ତି । ଆଖୁ ଫସଲରେ 10 ଟ୍ରକ୍ ଗୋବର ମିଶ୍ରିତ ହୋଇଥିବାବେଳେ ଏଥିରେ ଜଳସେଚନ କରାଯାଇଥିଲା । ପରେ ଆଖୁ ଚାରାକୁ 1.50 ଫୁଟ ବ୍ୟବଧାନରେ 5 ଫୁଟ ଧାଡି ଲଗାଯାଇଥିଲା ।