ଓଡିଶା

odisha

ETV Bharat / bharat

ଲକଡାଉନ୍: କର୍ଣ୍ଣାଟକରେ ଡାକରେ ପଠାହେବ ଆମ୍ୱ

କର୍ଣ୍ଣାଟକରେ ଲକଡାଉନ୍ ଜାରି ରହିଛି କିନ୍ତୁ ସରକାରଙ୍କ ବିଭାଗୀୟ କାର୍ଯ୍ୟ ଜାରି ରଖିବା ପାଇଁ 14 ଟି ବିଭାଗର କର୍ମଚାରୀଙ୍କୁ କାମକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।

By

Published : Apr 16, 2020, 3:52 PM IST

karnatak lockdown
ଲକ୍ ଡାଉନ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲକ୍ ଡାଉନ୍ ଜାରି ରହିଛି କିନ୍ତୁ ସରକାରଙ୍କ ବିଭାଗୀୟ କାର୍ଯ୍ୟ ଜାରି ରଖିବା ପାଇଁ 14 ଟି ବିଭାଗର କର୍ମଚାରୀଙ୍କୁ କାମକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ମୁଖ୍ୟ ଶାସନ ସଚିବ 14 ବିଭାଗର କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଥିବା ବିଭାଗଗୁଡିକ ମଧ୍ୟରେ ସ୍ବାସ୍ଥ୍ୟ ଏବଂ ପରିବାର, ଚିକିତ୍ସା ଶିକ୍ଷା, ଗୃହ, ରାଜସ୍ବ, ଗ୍ରାମ୍ୟ ଓ ପଞ୍ଚାୟତରାଜ ବିଭାଗ, ସହରୀ ବିକାଶ, ଖାଦ୍ୟ, ନାଗରିକ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର, ସୂଚନା ଏବଂ ଜନସମ୍ପର୍କ, ପରିବହନ, ଶକ୍ତି, ପ୍ରଶାସନିକ ସଂସ୍କାର ଅନ୍ତର୍ଭୁକ୍ତ(ଇ-ଗଭର୍ନାନ୍ସ), ଫାଇନାନ୍ସ (ଟ୍ରେଜେରୀ ଅନ୍ତର୍ଭୁକ୍ତ), ପଶୁପାଳନ ଓ ମତ୍ସ୍ୟଚାଷ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ଆମ୍ବ ବଜାର ବିକ୍ରି କରୁଥିବା ଏକ ସରକାରୀ ନିଗମ ଘୋଷଣା କରିଛି ଯେ, ଲକ୍ ଡାଉନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଡାକ ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ସେମାନଙ୍କ ଘରକୁ ଆମ୍ବ ପଠାଯିବ। ନିଗମର ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଗ୍ରାହକମାନେ ୱେବସାଇଟରେ ସିଧାସଳଖ ଚାଷୀଙ୍କଠାରୁ ଆମ୍ବ କିଣି ପାରିବେ। ଆଦେଶ ସ୍ଥିର ହେବା ମାତ୍ରେ ଆମ୍ବ ଡାକଘରୁ ସେମାନଙ୍କ ଘରେ ପହଞ୍ଚିବ ।

ପ୍ରକାଶ ଥାଉକି, କର୍ଣ୍ଣାଟକରେ 8 ଟି ସ୍ଥାନ ହଟସ୍ପଟ୍ ଭାବରେ ଚିହ୍ନଟ କରାଯାଇଛି। ଦେଶରେ ସମୁଦାୟ 170 ଟି ଜିଲ୍ଲା ଅଛି ଯେଉଁଥିରେ କର୍ଣ୍ଣାଟକର ମଧ୍ୟ 8 ଟି ଜିଲ୍ଲା ରହିଛି।

ABOUT THE AUTHOR

...view details