ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ସରକାର ବିରୋଧରେ ପ୍ରଦର୍ଶନ କରିବ ବିଜେପି

କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରକୁ ମରୁଡି ଓ ବିକାଶ ସମ୍ବନ୍ଧୀୟ ସମସ୍ୟା ନେଇ ବିଜେପି ଘେରିବ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯାଇଥିବା ଜଣା ପଡିଛି । ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ବିକାଶ ସମ୍ବନ୍ଧୀୟ ଭେଦଭାବ ବିରୋଧରେ ତିନି ଦିବସୀୟ ପ୍ରଦର୍ଶନ ହେବ ।

ଫାଇଲ ଫଟୋ

By

Published : Jun 6, 2019, 10:31 AM IST

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ମହା ବିଜୟ ପରେ ଉତ୍ସାହିତ ରହିଛି କର୍ଣ୍ଣାଟକ ବିଜେପି । ଏପରି ସ୍ଥିତିରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରକୁ ମରୁଡି ଓ ବିକାଶ ସମ୍ବନ୍ଧୀୟ ସମସ୍ୟା ନେଇ ବିଜେପି ଘେରିବ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତି ନେଇଥିବା ଜଣା ପଡିଛି ।

ପ୍ରଦେଶ ବିଜେପି ଅଧ୍ୟକ୍ଷ ବିଏସ ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ବିକାଶ ସମ୍ବନ୍ଧୀୟ ଭେଦଭାବ ବିରୋଧରେ ତିନି ଦିବସୀୟ ପ୍ରଦର୍ଶନ ହେବା ନେଇ ନିଷ୍ପତି ନିଆଯାଇଛି ।

କର୍ଣ୍ଣାଟକରେ ମରୁଡି ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଅନୁରୋଧ ଓ ଚେତାବନୀ ସତ୍ତ୍ବେ କିଛି ଫଳ ମିଳିନଥିବା ପ୍ରଦେଶ ବିଜେପି ମହା ସଚିବ ଅରବିନ୍ଦ ଲିମ୍ବାବଲୀ କହିଛନ୍ତି । ସରକାର ଉପରେ ଚାପ ପକାଇବା ପାଇଁ ବିଜେପି ଅଧ୍ୟକ୍ଷ ୟେଦୁରପ୍ପା ଜୁନ 7,8 ଓ 9 ତାରିଖ ଉତ୍ତର କର୍ଣ୍ଣାଟକର ଅନେକ ଅଞ୍ଚଳ ଗସ୍ତ କରିବେ ବୋଲି ଲିମ୍ବାବଲୀ କହିଛନ୍ତି ।

ABOUT THE AUTHOR

...view details