ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ହୋଇ ପାରିଲା ନାହିଁ ଶକ୍ତି ପରୀକ୍ଷା । ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟ ପୂର୍ବରୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଲେ ବାଚସ୍ପତି । ଆଜି ଭିତରେ ଆସ୍ଥା ଭୋଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ହଟ୍ଟଗୋଳ ଲାଗି ରହିବାରୁ ଗୃହ କାଲିଯାଏ ମୁଲତବୀ ରହିଛି ।
କର୍ଣ୍ଣାଟକ ରାଜନୀତି: ଟଳିଲା ଆସ୍ଥାଭୋଟ
କର୍ଣ୍ଣାଟକ ବିଧାନସଭାରେ ହେବାକୁ ଥିବା ଆସ୍ଥାଭୋଟ ସ୍ଥଗିତ । ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଫଟୋ ସୌଜନ୍ୟ: ଏଏନଆଇ
ଆସ୍ଥା ଭୋଟ ଦାବିରେ ରାତିସାରା ଧାରଣାରେ ବସିବେ ବିଜେପି ବିଧାୟକ । ଗୃହକାର୍ଯ୍ୟରେ ରାଜ୍ୟପାଳଙ୍କ ହସ୍ତକ୍ଷେପକୁ ଶାସକ ଦଳ ବିଧାୟକ ବିରୋଧ କରିଛନ୍ତି ।