ଓଡିଶା

odisha

ETV Bharat / bharat

ଇରାନକୁ ଚାଉଳ ଦେବନି ହରିୟାଣା

କରନାଲର ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ ଇରାନକୁ ଚାଉଳ ରପ୍ତାନୀ କରିବା ଉପରେ ରୋକ ଲଗାଇବାକୁ ନିଷ୍ପତି ନେଇଛି । ଅଧିକ ପଢନ୍ତୁ...

ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA
ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA

By

Published : Jan 17, 2020, 7:51 PM IST

ଚଣ୍ଡିଗଡ: ଇରାନ ଓ ଆମେରିକା ମଧ୍ୟରେ ଦେଖା ଜାରି ରହିଥିବା ଅଶାନ୍ତିର ପ୍ରଭାବ ବାଣିଜ୍ୟ ସଙ୍ଗଠନ ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । କରନାଲର ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ ଇରାନକୁ ଚାଉଳ ରପ୍ତାନୀ କରିବା ଉପରେ ରୋକ ଲଗାଇବାକୁ ନିଷ୍ପତି ନେଇଛି । ଖାସକରି ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇବାକୁ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA

ତିନୋଟି ଇସଲାମିକ ରାଷ୍ଟ୍ରର ଋଣପତ୍ର ବିରୁଦ୍ଧରେ ଚାଉଳ ରପ୍ତାନୀ ନ କରିବାକୁ ନିଷ୍ପତ୍ତି ନେଇଛି ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ । ଇରାନର 15 ଶହ କୋଟି ଟଙ୍କା ଭରଣା କରିବାକୁ ଥିବାରୁ ବ୍ୟବସାୟୀ ସଙ୍ଘ ଏପରି କୌଣସି ପଦକ୍ଷେପ ନେବାକୁ ଚାହୁଁନି, ଯେଉଁଥିରେ କ୍ଷତି ସହିବାକୁ ପଡିବ ।

ବାସୁମତୀ ଚାଉଳର ସବୁଠୁ ବଡ ବଜାର ଭାବେ ଭାରତକୁ ଜଣାଯାଏ । ଯଦି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଶାନ୍ତିର ସ୍ଥିତିରେ ସୁଧାର ନ ଆସେ ତେବେ ଏହା ଉଭୟ ଉତ୍ପାଦକ ଓ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପକାଇବା ନେଇ ବ୍ୟବସାୟୀଙ୍କ ମନରେ ଭୟ ରହିଛି ।

କରନାଲରେ ଚାଉଳ ଉତ୍ପାଦନ ହବ

ହରିଆଣାର କରନାଲ ଓ ଆଖପାଖ ଅଞ୍ଚଳରେ ବାସୁମତୀ ଚାଉଳ ଉତ୍ପାଦନ କରାଯାଏ । 2019 ଖରିଫ ଋତୁରେ କରନାଲରେ ଉତ୍ପାଦନ 1.3 ଲକ୍ଷ ମେଟ୍ରିକ ଟନ ଥିଲା । ଏହାର 40 ପ୍ରତିଶତ ଥାଲା ବାସୁମତୀ ଚାଉଳ । କରନାଲସ ଜିଲ୍ଲାର 35 ଚାଉଳ ରପ୍ତାନୀ କେନ୍ଦ୍ର ଇରାନ ଓ ଅନ୍ୟ ଦେଶ ସହ ବ୍ୟବସାୟ କରିଥାନ୍ତି । କରନାଲ ଦେଶର ସବୁଠୁ ବଡ ଚାଉଳ ହବ ।

ସ୍ଥାନୀୟ ବଜାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ନିଷ୍ପତ୍ତି

ଆଗାମୀ 3 ମାସରେ ପାଖାପାଖି 7 ଏମଏଲଟି ଚାଉଳ ଇରାନକୁ ରପ୍ତାନୀ କରିବାର ଥିଲା । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବଜାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । ଏହା ଫଳରେ ଚାଉଳର ମୂଲ୍ୟ କମିବାର ସମ୍ଭାବନା ରହିଛି । ମଧ୍ୟପ୍ରାଚ୍ୟର ସଙ୍କଟ ଅନ୍ତରାଷ୍ଟ୍ରୀୟ ମାର୍କେଟରେ ଚାଉଳର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି ।

ଇରାନ କେବଳ 40 ପ୍ରତିଶତ ଭରଣା କରିଛି

ଇରାନ ନିଜ ଦେଶକୁ ଆମଦାନୀ ହୋଇଥିବା 12 ଶହ କୋଟି ଟଙ୍କା ଚାଉଳରୁ ପାଖାପାଖି 40 ପ୍ରତିଶତ ଭରଣା କରିଛି । ଏହା ଗତ ବର୍ଷ ମେ ମାସରୁ ଅଟକିଛି । ଡିସେମ୍ବରରେ 600 କୋଟି ଟଙ୍କାର ଚାଉଳ ଇରାନକୁ ରପ୍ତାନୀ କରାଯାଇଛି । ଏବେ ବି ଇରାନଠାରୁ 14 ଶହ କୋଟି ଟଙ୍କା ପ୍ରାପ୍ତ କରିବା ବାକି ରହିଛି ।

ABOUT THE AUTHOR

...view details