ହାଇଦ୍ରାବାଦ: କର୍କଟ ସଂକରାନ୍ତିର ଅର୍ଥ ହେଉଛି ସୂର୍ଯ୍ୟଙ୍କ କର୍କଟ ରାଶିରେ ପ୍ରବେଶ କରିବା । ଆଜିଠାରୁ ଏକ ମାସ ପାଇଁ ସୂର୍ଯ୍ୟ କର୍କଟ ରାଶିରେ ବାସ କରିବେ । ସୂର୍ଯ୍ୟଙ୍କର ଏହି ରାଶିକୁ ଗମନ କରିବା ଶୁଭ ଫଳ ପ୍ରଦାନ କରିବ ବୋଲି ବୋଲି ବିଚାର କରାଯାଉଛି । ଏହି ଦିନ ସୂର୍ଯ୍ୟ ଦକ୍ଷିଣାୟନ ହେବେ । ମକର ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ଦକ୍ଷିଣାୟନ ହୋଇ ରହିବେ ।
କର୍କଟ ସଂକ୍ରାନ୍ତିକୁ ପୂର୍ଣ୍ଣ ସମୟର ଅବଧି ବୋଲି ବିବେଚନା କରାଯାଏ । ଜ୍ୟୋତିଷଙ୍କ କହିବାନୁସାରେ, କର୍କଟ ସଂକ୍ରାନ୍ତିର ଶୁଭ ସମୟ ଗୁରୁବାର ଅର୍ଥାତ ଜୁଲାଇ 16 ତାରିଖ ସକାଳ 6.15 ରୁ 11 ଟା ପର୍ଯ୍ୟନ୍ତ । ଏହି ଧାର୍ମିକ ସମୟରେ ସ୍ନାନ କରିବା, ଦାନ କରିବା ଏବଂ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଏଥର ସୂର୍ଯ୍ୟ ରାତିରେ କର୍କଟ ରାଶିରେ ପ୍ରବେଶ କରିବେ । ଜୁଲାଇ 16 ସନ୍ଧ୍ୟା 6 ଟା 53 ମିନିଟ ପର୍ଯ୍ୟନ୍ତ କୃତିକା ନକ୍ଷତ୍ର ରହିବ । ଏହା ପରେ ରୋହିଣୀ ନକ୍ଷତ୍ର ଆରମ୍ଭ ହେବ। ଏହା ପରେ ସୂର୍ଯ୍ୟ ରାତି 10 ଟା 36 ରେ କର୍କଟ ରାଶିରେ ପ୍ରବେଶ କରିବେ । ବିଶ୍ବାସ ରହିଛିଯେ, ରାତିରୁ ସଂକରାନ୍ତି ଆରମ୍ଭ ହେତୁ ସୁଖ ସମୃଦ୍ଧିରେ ବୃଦ୍ଧି ଘଟିଥାଏ । ଅର୍ଥନୈତିକ ଏବଂ ବାଣିଜ୍ୟ କ୍ଷେତ୍ରରେ ଲାଭ ମଧ୍ୟ ମିଳିଥାଏ ।
କର୍କଟ ପୂଜା ପଦ୍ଧତି