ଓଡିଶା

odisha

ପରିବେଶ ମନ୍ତ୍ରୀ ହୋଇ କାହିଁକି ପ୍ରଦୂଷଣ ବଢାଉଛନ୍ତି ?

By

Published : Jul 21, 2020, 9:43 PM IST

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀଙ୍କ କଟାକ୍ଷ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କପିଲ ଶିବଲ ପ୍ରକାଶ ଜାଭଡେକରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ।

ଜାଭଡେକରଙ୍କୁ ଶିବଲଙ୍କ ଉତ୍ତର
ଜାଭଡେକରଙ୍କୁ ଶିବଲଙ୍କ ଉତ୍ତର

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀଙ୍କ କଟାକ୍ଷ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କପିଲ ଶିବଲ ପ୍ରକାଶ ଜାଭଡେକରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।

ଶିବଲ କହିଛନ୍ତି, ଆପଣ ପରିବେଶ ମନ୍ତ୍ରୀ, କାହିଁକି ରାଜନୀତିରେ ପ୍ରଦୂଷଣ ବଢାଉଛନ୍ତି ? ଶାହିନ୍ ବାଗ ଉପରେ ଦିଲ୍ଲୀ ପୋଲିସ ସିସିଟିଭି ଭାଙ୍ଗୁଥିଲା, ଖରାପ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଚୀନ ଉପରେ ଦୟାକରି ସତ କୁହନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି, କୋରୋନା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ 18 ଦିନରେ ମହାଭାରତ, 21 ଦିନରେ କୋରୋନାର ଶେଷ ହେବ । ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ବିଳମ୍ବରେ ନିଷେଧାଦେଶ । ଅର୍ଥନୀତିରେ ଘୋଟାଲା ହେଲା । ଏଭଳି ସଙ୍ଗୀନ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଛନ୍ତି ଶିବଲ ।

ପ୍ରକାଶଥାଉକି, ଆଜି(ମଙ୍ଗଳବାର) ରାହୁଲ ଗାନ୍ଧୀ ଟ୍ବିଟ କରି କୋରୋନା କାଳରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଥିଲେ । ଏହାପରେ ପ୍ରକାଶ ଜାଭଡେକର ମଧ୍ୟ ରାହୁଲ ଗାନ୍ଧୀ ଓ କଂଗ୍ରେସର ଫେବୃଆରୀରୁ ଏପର୍ଯ୍ୟନ୍ତ କରିଥିବା କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ ।

ABOUT THE AUTHOR

...view details