ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପରେ ବିଜେପିକୁ ଏକପ୍ରକାର ନିଶାନା କରିଛି କଂଗ୍ରେସ । ଦଳର କର୍ମୀଙ୍କ ଠାରୁ ଶୀର୍ଷ ନେତା । ସମସ୍ତଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଦାବି କରିଥିବାବେଳେ ସରକାର ରାଜଧର୍ମ ପାଳନ କରୁ ବୋଲି ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି କଂଗ୍ରେସ । ସେପଟେ ଦଳର ବରିଷ୍ଠ ନେତା କପିଲ ଶିବଲ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଉଦାହରଣ ଦେବା ସହ ମୋଦିଙ୍କୁ ଆକ୍ଷେପ କରିଛନ୍ତି ।
‘ବାଜପେୟୀଙ୍କ କଥା ଶୁଣିନି ବିଜେପି, ଆମ କଥା କେମିତି ଶୁଣିବ’ - ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା ପରେ ଜୋର ଧରିଛି ରାଜନୈତିକ ବାକ-ବିତଣ୍ଡା । ବିଶେଷକରି ବିଜେପିକୁ ଆକ୍ଷେପ କରିଛି କଂଗ୍ରେସ । ରାଜଧର୍ମର ମୁଦ୍ଦା ଉଠାଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଅଧିକ ପଢନ୍ତୁ...
![‘ବାଜପେୟୀଙ୍କ କଥା ଶୁଣିନି ବିଜେପି, ଆମ କଥା କେମିତି ଶୁଣିବ’ target to bjp](https://etvbharatimages.akamaized.net/etvbharat/prod-images/768-512-6245016-thumbnail-3x2-kapil.jpg)
ରାଜଧର୍ମ ରକ୍ଷା କରିବା ନେଇ ରାଜନୈତିକ ବୟାନବାଜି ଥମିବାରେ ନା ନେଉନାହିଁ । କଂଗ୍ରେସର ନିଶାନା ପରେ ଶୁକ୍ରବାର ଜବାବ ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି, କଂଗ୍ରେସ ରାଜଧର୍ମକୁ ନେଇ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ ନକରୁ । ସେପଟେ କପିଲ ଶିବଲ କହିଛନ୍ତି, ଯେଉଁ ଦଳ ଅଟଳ ବିହାରୀ ବାଜପେୟୀଙ୍କ କଥା ଶୁଣୁନାହିଁ । ସେ ଆମ କଥା କିପରି ଶୁଣିବ ।
କଂଗ୍ରେସ ନେତା କପିଲ ଶିବଲ ଟ୍ବିଟ କରି କହିଛନ୍ତି, ଗୁଜୁରାଟ ଦଙ୍ଗା ବେଳେ ତମେ ତମ ଦଳର ନେତା ବାଜପେୟୀଙ୍କ କଥା ଶୁଣିନ । ଆମ କଥା କିପରି ଶୁଣିବ । ରାଜଧର୍ମର ଗୋଟିଏ ବି ବିନ୍ଦୁରେ ତୁମର ବିଚାର ନଥିବା ବୋଲି ରବିଶଙ୍କରଙ୍କୁ କହିଛନ୍ତି ଶିବଲ ।