ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଶାହିନ୍ବାଗରେ ଗୁଳି ଚଳାଇଥିବା ଅଭିଯୁକ୍ତ କପିଲ ଗୁର୍ଜରର ଆମ ଆଦମୀ ପାର୍ଟିରେ ଯୋଗଦେବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କପିଲଙ୍କ ପରିବାର ବର୍ଗ ପ୍ରତିକ୍ରିୟା ରଖିଛନ୍ତି ।
କପିଲଙ୍କ ବାପା ଗଜେ ସିଂ କହିଛନ୍ତି ଯେ, ଲୋକସଭା ନିର୍ବାଚନ ବେଳେ ଆମ ଆଦମୀ ପାର୍ଟି ନେତା ତାଙ୍କ ଗାଁ ଦଲ୍ଲୁପୁରା ଆସିଥିଲେ ସେତେବେଳେ ଆପ ନେତା କପିଲଙ୍କୁ ଜୋର ଜବରଦସ୍ତ ଆପ ଟୋପି ପିନ୍ଧାଇଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ତାଙ୍କ ପୁଅ କେବେ ଆମ ଆଦମୀ ପାର୍ଟିରେ ଯୋଗଦେଇନଥିଲା । ‘ଆପ’ ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ।