ହାଇଦ୍ରାବାଦ: ‘ବୋଲବମ୍ ହରହର ବମ୍’ ଓ ‘ହରହର ମହାଦେବ’ ଧ୍ବନିରେ ଗୁଞ୍ଜରିତ ହୋଇଛି ଗଗନ ପବନ । ଶିବ ନାମରେ ଚତୁର୍ଦିଗ ହୋଇଯାଇଛି ପ୍ରକମ୍ପିତ । ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ମହାଦେବଙ୍କ ଲିଙ୍ଗରେ ପାଣି ଢାଲିଲେ ପୂର୍ଣ୍ଣ ହୁଏ ମନସ୍କାମନା । ଦେଶର ବିଭିନ୍ନ ଶୈବାଳୟରେ ଲାଗିଛି ଶିବଭକ୍ତଙ୍କ ଗହଳି। କାହିଁ କେତେ ଦୁରଦୂରାନ୍ତରୁ କାନ୍ଧରେ ପାଣିଭାର ଆଣି ବାବାର ପୀଠରେ ପହଁଚିଛନ୍ତି ଭକ୍ତ ।
ଶ୍ରାବଣରେ କମ୍ପିଲା ଶୈବପୀଠ, ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ - ଶ୍ରାବଣର ଦ୍ବିତୀୟ ସୋମବାର
ଶିବ ଲିଙ୍ଗରେ ଜଳାଭିଷେକ କଲେ ମିଳେ କୋଟି ଜନ୍ମର କର୍ମଫଳ । ପୂର୍ଣ୍ଣ ହୁଏ ମନସ୍କାମନା । ମାଇଲ ମାଇଲ ଦୂରରୁ କାନ୍ଧରେ ପାଣିଭାର ଆଣି ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଆଉ ନିଜ କାନ୍ଧରେ ବୋହି ଆଣିଥିବା ଜଳ ଟିକିଏ, ବାବାର ଲିଙ୍ଗରେ ଢାଳିବା ପାଇଁ ଦେଶର ବିଭିନ୍ନ ଶୈବପୀଠରେ ସମାଗମ ହୋଇଛନ୍ତି ଲକ୍ଷାଧିକ କାଉଡ଼ିଆ ।
![ଶ୍ରାବଣରେ କମ୍ପିଲା ଶୈବପୀଠ, ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ](https://etvbharatimages.akamaized.net/etvbharat/prod-images/768-512-3980418-thumbnail-3x2-kanwar.jpg)
ଡ଼ିଜାଇନ୍ ଫଟୋ
ରବିବାର ମଧ୍ୟ ରାତ୍ରରୁ ଜଳାଭିଷେକ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ମଧ୍ୟ ଲାଗି ରହିଛି କାଉଡ଼ିଆଙ୍କ ଲମ୍ବା ଲାଇନ । ଉତ୍ତରାଖଣ୍ଡର ହରିଦ୍ବାରରେ ଦେଖିବାକୁ ମିଳିଛି ସର୍ବାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ପାଖାପାଖି 3 କୋଟି 30 ଲକ୍ଷ କାଉଡିଆଙ୍କ ସମାଗମ ହରିଦ୍ବାର ଶୈବ ପୀଠରେ ହୋଇଥିବା କହିଛି ପ୍ରଶାସନ । ପାଣି ଢାଳିବାକୁ ଆସିଥିବା ବୋଲବମ ଭକ୍ତଙ୍କ ପାଇଁ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଥିବା ମଧ୍ୟ କହିଛି ପ୍ରଶାସନ ।