ଓଡିଶା

odisha

By

Published : Jul 4, 2020, 12:25 PM IST

ETV Bharat / bharat

କାନପୁର ଏନକାଉଣ୍ଟର, ଖଳନାୟକକୁ ଖୋଜୁଛି ପୋଲିସ

24 ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ପୋଲିସର ସବୁଠାରୁ ମୋଷ୍ଟ ୱାଣ୍ଟେଡ୍ ଚେହେରା ବିକାଶ ଦୁବେ । ବିକାଶର ସନ୍ଧାନରେ ପୁରା ରାତି ପୋଲିସ ଚଢଉ କରିବାରେ ଲାଗିଛି । ଅନ୍ୟପକ୍ଷେ ବିକାଶର ସମ୍ପର୍କ ପୋଲିସ ସହ ଥିବା ଜଣାପଡିଛି ।

କାନପୁର ଏନକାଉଣ୍ଟର
କାନପୁର ଏନକାଉଣ୍ଟର

ଲକ୍ଷ୍ନୌ: ଗତ 24 ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ପୋଲିସର ସବୁଠାରୁ ମୋଷ୍ଟ ୱାଣ୍ଟେଡ୍ ଚେହେରା ପାଲଟିଛି ବିକାଶ ଦୁବେ । ବିକାଶର ସନ୍ଧାନରେ ପୁରା ରାତି ପୋଲିସ ଚଢଉ କରିବାରେ ଲାଗିଛି । ଅନ୍ୟପକ୍ଷେ ବିକାଶର ସମ୍ପର୍କ ପୋଲିସ ସହ ଥିବା ଜଣାପଡିଛି । ଚୌବେପୁର ପୋଲିସ ଷ୍ଟେସନର ଜଣେ ପୋଲିସ ହିଁ ବିକାଶକୁ ଚଢାଉ ବିଷୟରେ ସୂଚନା ଦେଇଥିଲା ।

ଶୁକ୍ରବାର ରାତିରେ ପ୍ରାୟ 20ଟି ଟିମ୍ ବିଭିନ୍ନ ଜିଲ୍ଲାରେ ବିକାଶ ଦୁବେକୁ ଖୋଜିବାରେ ଲାଗିଥିଲା । ଏହି ସ୍ଥାନ ଗୁଡିକରେ ବିକାଶ ଦୁବେର ସମ୍ପର୍କୀୟମାନେ ରହୁଛନ୍ତି । ଏହି ମାମଲାରେ ପୋଲିସ ଆଉ 12 ଜଣଙ୍କୁ ଅଟକ ରଖିଛି। ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ମୋବାଇଲ୍ କଲ୍ ସବିଶେଷ ତଥ୍ୟ ଆଧାରରେ ପୋଲିସ ଏହି ଲୋକଙ୍କୁ ଅଟକ ରଖିଛି । ଏଥିସହ ବିକାଶର ସୂଚନା ଦେଲେ 50 ହଜାର ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବିକାଶର ସନ୍ଧାନ ପାଇଁ ଏସଟିଏଫ ସମେତ ୟୁପି ପୋଲିସର ପ୍ରାୟ 100 ଟି ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ସୂଚନାନୁସାରେ, 24 ଘଣ୍ଟା ମଧ୍ୟରେ ବିକାଶ ଦୁବେ ଏହି ଲୋକଙ୍କ ସହ କଥା ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ବିକାଶ ଦୁବେର ଫୋନ କଲ୍ ଡିଟେଲରେ କିଛି ପୋଲିସଙ୍କ ନମ୍ବର ମଧ୍ୟ ରହିଛି । ବର୍ତ୍ତମାନ ପୋଲିସର ସନ୍ଦେହ ଘେରରେ ଜଣେ କନଷ୍ଟେବଳ, ଯବାନ ଓ ଜଣେ ହୋମଗାର୍ଡ ଅଛନ୍ତି। ଏହି 3 ଜଣଙ୍କ କଲ୍ ବିବରଣୀକୁ ଆଧାର କରି ପୋଲିସ ସେମାନଙ୍କୁ ପଚରାଉଚରା କରୁଛି।

ପ୍ରକାଶଥାଉକି, ଶୁକ୍ରବାର କାନପୁର ନିକଟସ୍ଥ ବିକରୁ ଗାଁରେ ପୋଲିସ ଓ ବିକାଶ ଦୁବେ ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 8 ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟରରେ ଗ୍ୟାଙ୍ଗର 2 ଆକ୍ରମଣକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । କାନପୁର ପୋଲିସ ଷ୍ଟେସନରେ ବିକାଶ ଦୁବେଙ୍କ ବିରୋଧରେ 60 ଟି ମାମଲା ରୁଜୁ କରାଯାଇଛି।

ABOUT THE AUTHOR

...view details