ଓଡିଶା

odisha

ETV Bharat / bharat

କାନପୁର ଏନକାଉଣ୍ଟର: ସାଧାରଣ ଲୋକଙ୍କ ବୟାନ ରେକର୍ଡ କରିବ ଏସଆଇଟି - ଏସଆଇଟି

ବିକାଶ ଦୁବେଙ୍କ ଏନକାଉଣ୍ଟର ମାମଲାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ଏହି ଦଳ ଆଜି ଠାରୁ ଜୁଲାଇ 25 ଜୁଲାଇ ମଧ୍ୟରେ ବୟାନ ରେକର୍ଡ କରିବ । ଜୁଲାଇ 10 ରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି ବିକାଶ ।

ସାଧାରଣ ଲୋକଙ୍କ ବୟାନ ରେକର୍ଡ କରିବ ଏସଆଇଟି
ସାଧାରଣ ଲୋକଙ୍କ ବୟାନ ରେକର୍ଡ କରିବ ଏସଆଇଟି

By

Published : Jul 17, 2020, 2:11 PM IST

ଲକ୍ଷ୍ନୌ: କାନପୁର ଏନକାଉଣ୍ଟରରେ ଏବେ ବୟାନ ରେକର୍ଡ କରିବ ଏସଆଇଟି(ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ) । ଆଜି ଠାରୁ ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ଏହି ମାମଲାରେ ଜଡିତ ସୂଚନା ଉପରେ ଲୋକଙ୍କ ବୟାନ ରେକର୍ଡ କରାଯିବ ।

ଘଟଣାର ତଦନ୍ତ ହେଉଥିବା 9ଟି ପଏଣ୍ଟରୁ ବୟାନ ରେକର୍ଡ କରାଯିବ । ଯେ କୌଣସି ବ୍ୟକ୍ତି ମଧ୍ୟ ଏହି ମାମଲାରେ ସୂଚନା ପାଆନ୍ତି କିମ୍ବା ସେମାନଙ୍କ ନିକଟରେ କୌଣସି ସୂଚନା ରହିଛି ସେମାନେ ଏସଆଇଟି ଟିମ ସହ ଯୋଗଯୋଗ କରିପାରିବେ । ରବିବାର କିମ୍ବା ଶନିବାର ଲକଡାଉନ କାରଣରୁ ଏସଆଇଟି ବୟାନ ରେକର୍ଡ କରିବ ନାହିଁ । ମଧ୍ୟାହ୍ନ 12 ଟାରୁ 2 ମଧ୍ୟରେ ବୟାନ ରେକର୍ଡ କରାଯିବ । ଜୁଲାଇ 31 ସୁଦ୍ଧା ଏସଆଇଟି ଟିମ ଏ ମାମଲା ସମ୍ପର୍କିତ ସମସ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବ । SIT ଅନୁସନ୍ଧାନରେ, ସୂଚନା ଥିବା ବ୍ୟକ୍ତି ଅନୁସନ୍ଧାନକାରୀ ଅଧିକାରୀଙ୍କୁ ପ୍ରମାଣ ପ୍ରଦାନ କରିପାରିବେ । ଏଥିପାଇଁ SIT ଏହାର ଇମେଲ ଏବଂ ଅଫିସ୍ ଠିକଣା ମଧ୍ୟ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଜୁଲାଇ 9ରେ ମଧ୍ୟପ୍ରଦେଶର ଉଜ୍ଜୈୟେନକୁ କୁଖ୍ୟାତ ଅପରାଧୀ ବିକେଶ ଦୁବେକୁ ଗିରଫ କରାଯାଇଥିଲା । ମହାକାଳ ମନ୍ଦିର ପୂଜାର୍ଚ୍ଚନା କରୁଥିବା ସମୟରେ ତାକୁ ଗିରଫ କରିଥିଲା ପୋଲିସ । ପରେ ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ଜୁଲାଇ 10ରେ ତାକୁ ଏନକାଉଣ୍ଟର କରାଯାଇ ହତ୍ୟା କରାଯାଇଥିଲା ।

କାନପୁରରେ ଏହି କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟରକୁ ଧରିବାକୁ ପୋଲିସ ପକ୍ଷରୁ ଏକ ଅପରେସନ କରାଯାଇଥିଲା । କାନପୁରର ବିକ୍ରୁ ଗାଁରେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଅପରାଧି ବିକାଶ ଦୁବେ ତାର କେତେକ ଟିମ ପୋଲିସ ଉପରକୁ ଅତର୍କତ ଗୁଳି ଚାଳନା କରିଥିଲା । ଫଳରେ ଏଥିରେ ଜଣେ ଡିଏସପି ସମେତ 8 ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ । ବିକାଶ ଦୁବେ ଉପରେ 60 ଅପରାଧୀକ ମାମଲା ରହିଥିଲା ।

ABOUT THE AUTHOR

...view details