ଓଡିଶା

odisha

By

Published : Jul 20, 2020, 9:06 AM IST

ETV Bharat / bharat

କାନପୁର ଏନକାଉଣ୍ଟର ମାମଲା: ବିକାଶ ଦୁବେର କୋଷାଧ୍ୟକ୍ଷ ଜୟ ବାଜପେୟୀ ଗିରଫ

କାନପୁର ବିକ୍ରୁ ଗାଁରେ ଏନକାଉଣ୍ଟର ମାମଲାରେ ପୋଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅପରାଧୀ ବିକାଶ ଦୁବେର ଅନ୍ୟତମ ସହଯୋଗୀ ତଥା କୋଷାଧ୍ୟକ୍ଷ ଜୟ ବାଜପେୟୀକୁ ଗିରଫ କରିଛି ପୋଲିସ ।

କାନପୁର ଏନକାଉଣ୍ଟର ମାମଲା: ବିକାଶ ଦୁବେର କୋଷାଧ୍ୟକ୍ଷ ଜୟ ବାଜପେୟୀ ଗିରଫ
କାନପୁର ଏନକାଉଣ୍ଟର ମାମଲା: ବିକାଶ ଦୁବେର କୋଷାଧ୍ୟକ୍ଷ ଜୟ ବାଜପେୟୀ ଗିରଫ

ଲକ୍ଷ୍ନୌ: କାନପୁର ବିକ୍ରୁ ଗାଁରେ ଏନକାଉଣ୍ଟର ମାମଲାରେ ପୋଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅପରାଧୀ ବିକାଶ ଦୁବେର ଅନ୍ୟତମ ସହଯୋଗୀ ତଥା କୋଷାଧ୍ୟକ୍ଷ ଜୟ ବାଜପେୟୀକୁ ଗିରଫ କରିଛି ପୋଲିସ । ଜୟ ବାଜପେୟୀ ସହ ତାର ଅନ୍ୟଏକ ସହଯୋଗୀ ପ୍ରଶାନ୍ତ ଶୁକ୍ଳାକୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି ।

କାନପୁର ଏନକାଉଣ୍ଟର ମାମଲା: ବିକାଶ ଦୁବେର କୋଷାଧ୍ୟକ୍ଷ ଜୟ ବାଜପେୟୀ ଗିରଫ

ଜୟ ବାଜପେୟୀ, ବିକ୍ରୁ ଗାଁ ଏନକାଉଣ୍ଟର ପୂର୍ବରୁ ଗାଁରେ ପହଞ୍ଚିବା ସହ ବିକାଶକୁ ଦୁଇ ଲକ୍ଷ ଟଙ୍କା ଓ 25ଟି ବନ୍ଧୁକ ଦେଇଥିଲା ବୋଲି ଜଣାପଡିଛି । ଏହା ସହ ବିକାଶ ଫେରାର ହେବାରେ ସେ ସହାୟତା ପ୍ରଦାନ କରିଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।

ତେବେ ରବିବାର ପ୍ରଥମେ ପୋଲିସ ଜୟକୁ ଛାଡିଥିବାବେଳେ ପୋଲିସ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିବାପରେ ପୁଣି ତାକୁ ଗିରଫ କରାଯାଇଥିବା ଜଣାପଡିଛି ।

କାନପୁର ଏନକାଉଣ୍ଟର ମାମଲା: ବିକାଶ ଦୁବେର କୋଷାଧ୍ୟକ୍ଷ ଜୟ ବାଜପେୟୀ ଗିରଫ

ଜୁଲାଇ 2 ତାରିଖ ବିଳମ୍ବିତ ରାତିରେ ବିକ୍ରୁ ଗାଁରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ 8 ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ । ଅପରାଧୀ ବିକାଶ ଦୁବେକୁ ଏନକାଉଣ୍ଟର କରିବାକୁ ଯାଇଥିବା ପୋଲିସ ଉପରକୁ ବିକାଶ ଦୁବେ ଓ ତାର ସାଥୀ ଗୁଳି ବର୍ଷଣ କରିବା ଫଳରେ 8 ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ ।

ଘଟଣାପରେ ସମସ୍ତ ଅପରାଧୀ ଫେରାର ହୋଇଯାଇଥିଲେ । ପରେ ପୋଲିସ ବିକାଶ ଦୁବେର କିଛି ସହଯୋଗୀଙ୍କୁ ଗରିଫ କରିବା ସହ ମଧ୍ୟପ୍ରଦେଶର ଉଜ୍ଜୈନକୁ ବିକାଶକୁ ଗିରଫ କରିଥିଲା । ପରେ ଜୁଲାଇ 10ରେ ଉତ୍ତରପ୍ରଦେଶ ଆଣିବା ବାଟରେ ଗାଡି ଓଲଟି ପଡିବାରୁ ବିକାଶ ପୋଲିସ ବନ୍ଧୁକ ଧରି ଖସିଯିବାକୁ ଚେଷ୍ଟା କରିଥିଲା । ଯେଉଁଠି ପୋଲିସ ଏନକାଉଣ୍ଟରରେ ବିକାଶ ନିହତ ହୋଇଥିଲା ।

ତେବେ ଏହି ଏନକାଉଣ୍ଟରକୁ ନେଇ ପୋଲିସ ଉପରେ ନାନା ପ୍ରଶ୍ନ ଉଠୁଥିବାବେଳେ ଏହାର ତଦନ୍ତ କରାଯାଉଛି । ଗତକାଲି ଫରେନ୍ସିକ ଟିମ ପକ୍ଷରୁ ଏନକାଉଣ୍ଟର ସ୍ଥଳକୁ ଯାଇ ଘଟଣାର ରିକ୍ରିଏଟ୍‌ କରାଯାଇଥିଲା ।

ସୂଚନାଥାଉକି, ଜୁଲାଇ 25 ତାରିଖ ପର୍ଯ୍ୟନ୍ତ କାନପୁର ଏନକାଉଣ୍ଟର ମାମଲାରେ ଜଡିତ ସୂଚନା ଉପରେ ଲୋକଙ୍କ ବୟାନ ରେକର୍ଡ କରାଯିବ ।

ଘଟଣାର ତଦନ୍ତ ହେଉଥିବା 9ଟି ପଏଣ୍ଟରୁ ବୟାନ ରେକର୍ଡ କରାଯିବ । ଯେ କୌଣସି ବ୍ୟକ୍ତି ମଧ୍ୟ ଏହି ମାମଲାରେ ସୂଚନା ପାଆନ୍ତି କିମ୍ବା ସେମାନଙ୍କ ନିକଟରେ କୌଣସି ସୂଚନା ରହିଛି ସେମାନେ ଏସଆଇଟି ଟିମ ସହ ଯୋଗଯୋଗ କରିପାରିବେ । ମଧ୍ୟାହ୍ନ 12 ଟାରୁ 2 ମଧ୍ୟରେ ବୟାନ ରେକର୍ଡ କରା ଏସଆଇଟି ଅନୁସନ୍ଧାନରେ, ସୂଚନା ଥିବା ବ୍ୟକ୍ତି ଅନୁସନ୍ଧାନକାରୀ ଅଧିକାରୀଙ୍କୁ ପ୍ରମାଣ ପ୍ରଦାନ କରିପାରିବେ । ଏଥିପାଇଁ ଏସଆଇଟି ଏହାର ଇମେଲ ଏବଂ ଅଫିସ୍ ଠିକଣା ମଧ୍ୟ ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details