କନୌଜ: ଉତ୍ତର ପ୍ରଦେଶର କନୌଜ ବସ ଦୁର୍ଘଟଣା ମାମଲାରେ ଏଫଆଇଆର ରୁଜୁ କରାଯାଇଛି । ବସ୍ ଡ୍ରାଇଭରଙ୍କ ଗାଡି ଚଳାକୁ ଦୋଷ ଦେଇଛନ୍ତି ଜଣେ ଯାତ୍ରୀ । ଏନେଇ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ବସର ଡ୍ରାଇଭରକୁ ଖୋଜାଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଦାୟୀ କରିଛି । ଏହାସହ ମୃତକଙ୍କ ପରିଜନଙ୍କୁ 10 ଲକ୍ଷ ଟଙ୍କାର ସହାୟତା ଦାବି କରିଛି ।
କନୌଜ ବସ୍ ଦୁର୍ଘଟଣା: ଡ୍ରାଇଭର ବିରୋଧରେ ମାମଲା ରୁଜୁ - କନୌଜ ବସ୍ ଦୁର୍ଘଟଣାରେ ପ୍ରଥମ ମାମଲା ରୁଜୁ
କନୌଜ ବସ୍ ଦୁର୍ଘଟଣାରେ ପ୍ରଥମ ମାମଲା ରୁଜୁ କରାଯାଇଛି । ବସ୍ର ଜଣେ ଯାତ୍ରୀ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଗକୁ ପଢନ୍ତୁ...
କନୌଜ ବସ୍ ଦୁର୍ଘଟଣା
ସେ କହିଛନ୍ତି, ‘ବସରେ ନିଆଁ ଲାଗିବା ପରେ ତୁରନ୍ତ ଆମେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ସେଠାକୁ ପଠାଇଥିଲୁ । ବସକୁ ବେଆଇନ ପରମିଟ୍ ଦିଆଯାଇଥିଲା ଓ ଏଥିରେ କ୍ଷମତାଠାରୁ ଅଧିକ ଯାତ୍ରୀ ମଧ୍ୟ ବସିଥିଲେ । ଏହା ବିଜେପି ସରକାରଙ୍କ ଦୁର୍ବଳତାକୁ ଦର୍ଶାଉଛି’ ।
ପ୍ରକାଶଥାଉକି, ବସଟି ପ୍ରାୟ 45 ଯାତ୍ରୀଙ୍କୁ ଜାନୁଆରୀ 10ରେ ଦିୱାର ମାର୍ଗକୁ ଯାଉଥିବା ସମୟରେ ଟ୍ରକ ସହ ଧକ୍କା ହୋଇ ଜଳିଯାଇଥିଲା । ଏଥିରେ ପ୍ରାୟ 20ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ 25ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା ।