ପାଟନା: ନାଗରିକତା ସଂଶୋଧନ ବିଧେୟକ(ସିଏବି) ବିଲକୁ ନେଇ ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଜାରି ରହିଛି ବିରୋଧ । ଏପରିକି ବିରୋଧି ଦଳ ଏହାକୁ ନେଇ ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି । ଏହିକ୍ରମରେ ସିପିଆଇ ନେତା କହ୍ନେୟା କୁମାର ସିଏବି ବିଲକୁ ବିରୋଧ କରିଛନ୍ତି । ବିହାରର ରାଜଧାନୀ ପାଟନା ରାଜରାସ୍ତାରେ ଏହାକୁ ନେଇ ପ୍ରତିବାଦ କରିଛନ୍ତି ସେ । କଂଗ୍ରେସ ନେତା ସକିଲ ଅହମ୍ମଦ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସିପିଆଇ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଗୋଲାମ୍ବର ଇନକମ ଟ୍ୟାକ୍ସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା ଏହି ପ୍ରତିବାଦ ରାଲି ।
ସିଏବି ବିଲକୁ କହ୍ନେୟା କୁମାରଙ୍କ ବିରୋଧ, ରାଜରାସ୍ତାରେ ପ୍ରତିବାଦ - bihar news
ସିଏବି ବିଲକୁ ସିପିଆଇ ନେତା କହ୍ନେୟା କୁମାରଙ୍କ ବିରୋଧ । ବିହାରର ରାଜଧାନୀ ପାଟନାର ରାଜରାସ୍ତାରେ ଏହାର ପ୍ରତିବାଦ କରିଛନ୍ତି ସେ । ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ସକିଲ ଅହମ୍ମଦ । ଆଗକୁ ପଢନ୍ତୁ...
ସିଏବି ବିଲର ନକଲ କପି ଜାଳି କରିଛନ୍ତି ପ୍ରତିବାଦ । ଏହା ଉପରେ ପ୍ରତିକ୍ରିୟା ରଖି କହ୍ନେୟା କୁମାର କହିଛନ୍ତି ଯେ, ଲୋକସଭାରେ ସିଏବି ପାରିତ ହେବା ଦ୍ବାରା ଦେଶକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଛି । ହିନ୍ଦୁ ମୁସଲମାନ ଭିତରେ ସୃଷ୍ଟି କରାଯାଉଛି । ସାରା ଦେଶ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ତାଙ୍କର କଥାକୁ କିଏ ମାନୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । କାରଣ ଗାନ୍ଧିଜୀ କେବେ ହିନ୍ଦୁ ମୁସଲମାନ ଭିତରେ ଫରକ କରୁନଥିଲେ। ସମସ୍ତେ ସମାନ ବୋଲି ସେ କହୁଥିଲେ ।
କେନ୍ଦ୍ର ସରକାର ନିଜ ଭୁଲ ଘୋଡାଇବା ପାଇଁ ଏଭଳି କରିଛନ୍ତି । ଏହା କେବଳ ବିକାଶ ନାମରେ ଡେଙ୍ଗୁରା ପିଟୁଥିବା ସରକାର ଏହା ଦ୍ବାରା ତାଙ୍କର ଭୁଲ ଲୁଚାଇ ପାରିବେ । ଏହା ବିକାଶ ନୁହେଁ ବିନାଶକାରୀ ବିଲ ବୋଲି କହିଛନ୍ତି କହ୍ନେୟା କୁମାର । ଏହାକୁ ସାରା ଦେଶ ବିରୋଧ କରୁଛି । ବିହାରର ଜନସାଧାରଣଙ୍କୁ ମଧ୍ୟ ଏହି ବିଲକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଛନ୍ତି ସେ ।