ଓଡିଶା

odisha

ETV Bharat / bharat

100 କୋଟି ଠକେଇ: କ୍ୟାଣ୍ଡି ବାବା ଗିରଫ - ଫରିଦାବାଦ

ଲୋକଙ୍କୁ ଲୋଭ ଦେଖାଇ 100 କୋଟି ଟଙ୍କା ଠକିଥିଲେ ହରିୟାଣାର କ୍ୟାଣ୍ଡି ବାବା (ଛଦ୍ମନାମ ରାଜେଶ) । ଶେଷରେ ଫରିଦାବାଦରୁ ହରିୟାଣା ପୋଲିସର କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

100 କୋଟି ଠକେଇରେ ହରିୟାଣାର କ୍ୟାଣ୍ଡି ବାବା ଗିରଫ
100 କୋଟି ଠକେଇରେ ହରିୟାଣାର କ୍ୟାଣ୍ଡି ବାବା ଗିରଫ

By

Published : Jun 10, 2020, 1:09 PM IST

ଚଣ୍ଡିଗଡ଼: ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡ ବାବାଙ୍କ କଳା କାରନାମା । ଲୋକଙ୍କୁ ଶସ୍ତାରେ ସୁନା ବିକ୍ରି କରି, ବିଦେଶ ପଠାଇବା ଏବଂ ସେମାନଙ୍କ ଟଙ୍କା ଦୁଇ ଗୁଣ କରିବାର ଲୋଭ ଦେଖାଇ 100 କୋଟି ଟଙ୍କା ଠକିଥିଲେ ହରିୟାଣାର କ୍ୟାଣ୍ଡି ବାବା (ଛଦ୍ମନାମ ରାଜେଶ) ।

ଶେଷରେ ଫରିଦାବାଦରୁ ହରିୟାଣା ପୋଲିସର କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ପୋଲିସ ହେପାଜତକୁ ପଠାଯାଇଛି । ପୋଲିସ କହିବା ମୁତାବକ, ରାଜେଶ 2018ରୁ ଫେରାର ଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଫରିଦାବାଦ ସେକ୍ଟର -30ରୁ ପୋଲିସ ଗିରଫ କରିଥିଲା ।

ମଙ୍ଗଳବାର ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା, ସେଠାରେ ଏହି ଠକକୁ 10 ଦିନ ପୋଲିସ ହେପାଜତକୁ ନିଆଯାଇଥିଲା । ପୋଲିସ ସୂଚନା ମୁତାବକ, ରାଜେଶ ମୁଖ୍ୟତଃ କୁରୁକ୍ଷେତ୍ର ଶରିଫଗଡ଼ର ବାସିନ୍ଦା । ଆରମ୍ଭରେ ସେ ନିଜକୁ ବାବା ବୋଲି ଦର୍ଶାଇ ନିଜର ଭକ୍ତମାନଙ୍କୁ କ୍ୟାଣ୍ଡି ବାଣ୍ଟି ବାଣ୍ଟି ଶେଷରେ ନିଜକୁ 'କ୍ୟାଣ୍ଡି ବାବା' ନାମ ଦେଇଥିଲା ।

ଫରିଦାବାଦ ବ୍ୟତୀତ ସେ ଅନେକ ଜିଲ୍ଲାର ଲୋକଙ୍କୁ ମଧ୍ୟ ପ୍ରତାରଣା କରିଛନ୍ତି। ସମସ୍ତଙ୍କୁ ଶସ୍ତା ସୁନା ବିକ୍ରୟ କରିବା, ବିଦେଶ ପଠାଇବା ଏବଂ ଟଙ୍କାକୁ ଦ୍ୱିଗୁଣିତ କରିବା ଲୋଭ ଦେଖାଇ ସମସ୍ତଙ୍କୁ ଠକି ଚାଲିଥିଲେ । ଯେତେବେଳେ ଲୋକମାନେ ତାଙ୍କୁ ସନ୍ଦେହ କରିବା ଆରମ୍ଭ କଲେ, ସେ ଖସି ପଳାଇଲେ |

ଫରିଦାବାଦ ବ୍ୟତୀତ ରାଜ୍ୟର ଅନେକ ଜିଲ୍ଲାରେ ତାଙ୍କ ବିରୋଧରେ ପ୍ରାୟ 30 ଟି ମାମଲା ରୁଜୁ ହୋଇଛି ବୋଲି ସିଆଇଏ ଦାୟିତ୍ୱରେ ଥିବା ସୁରେନ୍ଦ୍ର ସିଂ କହିଛନ୍ତି । ଖବର ଅନୁଯାୟୀ, ଲକଡାଉନ ହେତୁ ରାଜେଶ ଫରିଦାବାଦରେ ଛଦ୍ମବେଶରେ ଲୁଚି ରହୁଥିଲେ। ତାଙ୍କ ପାଖରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ହରିୟାଣା ବ୍ୟତୀତ ପଞ୍ଜାବ ପୋଲିସ ମଧ୍ୟ ଏହା ପଛରେ ଥିଲା।

ABOUT THE AUTHOR

...view details