ଓଡିଶା

odisha

ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟାର ଖୁଲାସା - post mortem report revels kamlesh tiwari murder

ବୁଧବାର ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖୁଲାସା କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 23, 2019, 5:38 PM IST

Updated : Oct 23, 2019, 6:58 PM IST

ଲକ୍ଷ୍ନୌ: ବୁଧବାର ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖୁଲାସା କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଛି ତାହା ପର୍ଦ୍ଦାଫାଶ ହୋଇଛି । ରିପୋର୍ଟରେ ତାଙ୍କୁ ପ୍ରଥମେ ଗୁଳି ମାରିବା ଓ ପରେ ଧାରୁଆ ଛୁରୀରେ 15 ଥର ଆଟାକ କରାଯାଇଛି । ଛୁରୀରେ ଆକ୍ରମଣ କରିବା ଫଳରେ ତାଙ୍କ ବେକରେ 12 ସେଣ୍ଟିମିଟର ଲମ୍ବା ଓ 3 ସେଣ୍ଟିମିଟର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗଳା କାଟିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

18 ଅକ୍ଟୋବରରେ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ଦିନ ଦ୍ବିପ୍ରହରରେ ତାଙ୍କ ବାସବଭନ ସ୍ଥିତ ଅଫିସରେ ହତ୍ୟା କରାଯାଇଥିଲା । ତାଙ୍କୁ ପ୍ରଥମେ ତାଙ୍କୁ ଛୁରି ଓ ପରେ ଗୁଳି ମାଡ କରି ପରେ ହତ୍ୟା କରାଯାଇଥିବା ସୂଚନା ରହିଥିଲା, ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ପରେ ତାଙ୍କୁ ପ୍ରଥମେ ଗୁଳି ଓ ପରେ ଛୁରିରେ ଗଳାକାଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।


ସୂଚନା ଯୋଗ୍ୟ ଯେ ଏହି ହତ୍ୟାକାଣ୍ଡ ପରେ ପୋଲିସ ସୁରଟରୁ ମୌଲନା ଶେଖ, ଫୈଜାନ ଶେଖ ଏବଂ ରସିଦ ପଠାନକୁ ଗିରଫ କରାଯାଇଥିଲା । ଏହାସହ ମଙ୍ଗଳବାର ଦିନ ଗୁଜରାଟ ଏଟିଏସ ଅଶଫାକ ଏବଂ ମୋଇନୁଦ୍ଦୀନକୁ ଗିରଫ କରିଥିଲା । ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ହତ୍ୟାକଣ୍ଡର ପାଞ୍ଚ ଦିନ ପରେ ପୁଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି ।

Last Updated : Oct 23, 2019, 6:58 PM IST

ABOUT THE AUTHOR

...view details