ଲକ୍ଷ୍ନୌ: ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ 13 ଜଣ ଅଭିଯୁକ୍ତ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ତେବେ ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗରେ ପୋଲିସ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ।
କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲା: 13 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ - police files chargesheet against 13 accused
ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ 13 ଜଣ ଅଭିଯୁକ୍ତ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ଚାର୍ଜସିଟ୍ ଦାଖଲ କରିଛି ।
![କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲା: 13 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ _kamlesh tiwari murder case](https://etvbharatimages.akamaized.net/etvbharat/prod-images/768-512-5485751-thumbnail-3x2-screenshot-1141jpeg.jpg)
ତେବେ କମଲେଶ ତିୱାରୀ ହତ୍ୟାକାଣ୍ଡରେ ଶେଖ ଅସଫାକ ହୁସେନ (34) ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ (27) ନାମକ ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମା ସାମଲାଜିରୁ ଏଟିଏସ ଗିରଫ କରିଥିଲା । ଯାଞ୍ଚ ପରେ ଷଡଯନ୍ତ୍ରକାରୀ ଗୁଜୁରାଟର ସୁରଟର ନିବାସୀ ରସିଦ ଅହମ୍ମଦ ପଠାନ, ମୌଲାନା ମୋହସିନ ଶଖ୍, ଫେଜାନ ୟୁନୁସ ଏବଂ ନାଗପୁରର ସୟଦ ଆସିମ୍ ଅଲ୍ଲୀ, ବରେଲୀର କୈଫୀ ଅଲ୍ଲୀ, ଓକିଲ ନାବେଦ, କାମରାନ, ଲଖୀମପୁରର ପଲିଆ ନିବାସୀ ଆଶିଫଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସର ଚାର୍ଜସିଟରେ ଏହିମାନଙ୍କ ନାମ ସାମିଲ ରହିଛି ।
ପ୍ରକାଶ ଥାଉକି ଗତ ଅକ୍ଟୋବର 18ରେ ଅଖିଳ ଭାରତ ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କୁ ଲକ୍ଷ୍ନୌ ସ୍ଥିତ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।