ଓଡିଶା

odisha

By

Published : Oct 25, 2019, 6:35 AM IST

ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ଏସଆଇଟି ହାବୁଡରେ ଆଉ ଜଣେ ଅଭିଯୁକ୍ତ

ଦୁଇ ଦିନ ତଳେ ଗିରଫ ହୋଇଥିଲେ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ । ଯାହା ସହିତ ମୋଟ ଗିରଫ ସଂଖ୍ୟା 8ରେ ପହଞ୍ଚିଥିଲା । ହେଲେ ଗୁରୁବାର ଏହି ତାଲିକାରେ ଯୋଡି ହୋଇଛି ଆଉ ଏକ ନାମ ।

ଫାଇଲ ଫଟୋ

ଲକ୍ଷ୍ନୌ: ଦୁଇ ଦିନ ତଳେ ଗିରଫ ହୋଇଥିଲେ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ । ଯାହା ସହିତ ମୋଟ ଗିରଫ ସଂଖ୍ୟା 8ରେ ପହଞ୍ଚିଥିଲା । ହେଲେ ଗୁରୁବାର ଏହି ତାଲିକାରେ ଯୋଡି ହୋଇଛି ଆଉ ଏକ ନାମ । ଏସଆଇଟି ଏହି ମାମଲାରେ ଗୁରୁବାର କାଫି ଅଲି ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । କାଫିଙ୍କୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା ପରେ ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ କରିଛି ଏସଆଇଟି ।


ସୂଚନା ଅନୁଯାୟୀ କମଲେଶଙ୍କୁ ହତ୍ୟା କରିବା ପରେ ଦୁଇ ମୁଖ୍ୟ ଅଭିଯୁକ୍ତ ଅସଫାକ ଓ ମୋଇନୁଦ୍ଦିନ ଫେରାର ହେବା ସମଯରେ ତାଙ୍କ ପାଖରେ ପଇସା ଶେଷ ହୋଇଯାଇଥିଲା । ଫଳରେ ଉପାୟଶୂନ୍ୟ ହୋଇ ସେମାନେ ନିଜ ନିଜ ଘରେ ସମ୍ପ୍କ କରିବାକୁ ଚେଷ୍ଟା କରିଥିଲେ । ଯାହା ଆଧାରରେ ମଙ୍ଗଳବାର ଉଭୟଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମାରୁ ଗିରଫ କରିବାରେ ସଫଲ ହୋଇଥିଲା ପୋଲିସ ।

ତେବେ ଫେରାର ହେବା ସମୟରେ ଉଭୟଙ୍କୁ ବରେଲୀରେ ରହିବା ପାଇଁ ଘର ଯୋଗାଇଥିବାରେ ସାହାଯ୍ୟ କରିଥିଲା କାଫି ଅଲି । ଉଭୟଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ସେହି ଘରେ ରହିବା ପାଇଁ କାଫି ବ୍ୟବସ୍ଥା କରିଥିଲା । ଅଭିଯୁକ୍ତଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବାରୁ ଆଇପିସି ଧାରା 216 ଆଧାରରେ କାଫି ନାମରେ ମାମଲା ରୁଜୁ ହେବା ସହ ତାକୁ ଗିରଫ କରାଯାଇଛି । ଏନେଇ ଜଣେ ବରିଷ୍ଠ ଏସଆଇଟି ଅଧିକାରୀ ସୂଚନା ଦେଇ କହିଛନ୍ତି ।

ABOUT THE AUTHOR

...view details