ଓଡିଶା

odisha

By

Published : Sep 15, 2020, 4:06 PM IST

ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ବରେଲୀରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସର ବଡ ସଫଳତା । ୟୁପି ପୋଲିସ ବରେଲୀରୁ ଜଣେ ଆରୋପୀକୁ ଗିରଫ କରିଛି ।

କମଲେଶ ତିୱାରୀ ହତ୍ୟାକାଣ୍ଡ
କମଲେଶ ତିୱାରୀ ହତ୍ୟାକାଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସର ବଡ ସଫଳତା । ୟୁପି ପୋଲିସ ବରେଲୀରୁ ଜଣେ ଆରୋପୀକୁ ଗିରଫ କରିଛି । ସେ ହେଉଛନ୍ତି କାମରାନ୍ । ବରେଲୀର ଶାହାବାଦର ବାସିନ୍ଦା କାମରାନ୍ ସୁରାଟରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି ।

ପୋଲିସ ଆରୋପୀ ବିରୋଧରେ ଗୁଣ୍ଡା ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ତେବେ କାମରାନଙ୍କ ବ୍ୟତୀତ ପୋଲିସ ଅନ୍ୟ ଅଭିଯୁକ୍ତ କୈଫି ଅଲିକୁ ମଧ୍ୟ ଧରିଥିଲା। କିନ୍ତୁ ଗିରଫ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ପୋଲିସ ତାଙ୍କୁ ମୁକ୍ତ କରିବାକୁ ପଡିଥିଲା ।

ପ୍ରକାଶଥାଉକି, ଗତ ବର୍ଷ ଅକ୍ଟୋବର 18ରେ ହିନ୍ଦୁ ସମାଜ ପାର୍ଟିର ଜାତୀୟ ସଭାପତି କମଲେଶ ତିୱାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ଗୁଜୁରାଟ ପୋଲିସର ସହଯୋଗରେ ଆଶଫାକ୍ ଏବଂ ମୋଇନୁଦ୍ଦିନକୁ ସୁରାଟରୁ ଗିରଫ କରାଯାଇଥିଲା।

ABOUT THE AUTHOR

...view details