ଓଡିଶା

odisha

By

Published : Feb 21, 2020, 12:51 AM IST

ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଲେ କମଲନାଥ

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଜନତାଙ୍କୁ ଦେବାକୁ ସେ କହିଛନ୍ତି । ଅଧିକ ପଢନ୍ତୁ...

Kamalnath raised question about surgical strike
ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଲେ କମଲନାଥ

ଭୋପାଳ: ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଜନତାଙ୍କୁ ଦେବାକୁ ସେ କହିଛନ୍ତି । ନିଜ ସରକାରଙ୍କ ଅସଫଳତାକୁ ଲୁଚାଇବା ପାଇଁ ଓ ରାଜନୈତିକ ଲାଭ ପାଇଁ ମୋଦି ସରକାର ରାଷ୍ଟ୍ରବାଦର ମୁଦ୍ଦା ଉଠାଇଥାନ୍ତି ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଲେ କମଲନାଥ

ଛିନ୍ଦୱାଡା ପାଖରେ ଥିବା ଉମରହର ଗାଁରେ 30 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏକ ଗୋଶାଳାର ଲୋକାର୍ପଣ କରିଛନ୍ତି କମଲନାଥ । ଏହି ସମୟରେ ଜନତାଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି,‘ ଇନ୍ଦିରା ଗାନ୍ଧିଙ୍କ ସରକାରଙ୍କ ସମୟରେ 90 ହଜାର ପାକିସ୍ତାନୀ ଯବାନ ସରେଣ୍ଡର କରିଥିଲେ । ’ ଏହାପରେ ମୋଦି ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି,‘ସର୍ଜିକାଲ ଷ୍ଟ୍ରାଇକ କରିଥିବାର କହୁଛନ୍ତି ମାତ୍ର କେଉଁ ସର୍ଜିକାଲ ଷ୍ଟ୍ରାଇକ ? ଦେଶକୁ କିଛି ଜଣାନ୍ତୁ ’।

ଦେଶର ଯୁବପୀଢୀଙ୍କୁ ରୋଜଗାର ଦେବା ଏକ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି କମଲନାଥ । 2014 ନିର୍ବାଚନ ସମୟରେ ପ୍ରତିବର୍ଷ 2 କୋଟି ଯୁବପୀଢିଙ୍କୁ ଚାକିରୀ ଦେବା ଓ କୃଷିକ୍ଷେତ୍ରରେ ଲାଭ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ବର୍ତ୍ତମାନ ସରକାର ସେ ନେଇ କୌଣସି ଆଲୋଚନା କରୁ ନଥିବା କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details