ଭୋପାଳ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦାବି । ମହିଳା ଓ ଶିଶୁ ସମ୍ବନ୍ଧୀୟ ଅପରାଧକୁ ନିୟନ୍ତ୍ରଣ କରିବାକୁ 880 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ନେଇ ଦାବି ଉଠାଇଛନ୍ତି କମଲନାଥ । ରବିବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବା ସମୟରେ ଏହି ଦାବି ଉଠାଇଛନ୍ତି ।
ମହିଳା ଓ ଶିଶୁ ଅପରାଧ ରୋକିବାକୁ 880 କୋଟି ମାଗିଲେ କମଲନାଥ - ଅପରାଧ
ମହିଳା ଓ ଶିଶୁ ସମ୍ବନ୍ଧୀୟ ଅପରାଧକୁ ନିୟନ୍ତ୍ରଣ କରିବାକୁ 880 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ନେଇ ଦାବି ଉଠାଇଛନ୍ତି କମଲନାଥ । ସେ ଶାହାଙ୍କୁ ଭେଟି ମହିଳା ଓ ଶିଶୁଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ କରାଯାଇଥିବା ସେଟଅପରେ କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି।
ଏହି ଦାବି ଉଠାଇବା ପୂର୍ବରୁ ଗତବର୍ଷ 2018 ଡିସେମ୍ବରେ ମଧ୍ୟ କମଲନାଥ ତତ୍କାଳ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖି ଏବାବଦରେ ଅର୍ଥରାଶି ମଞ୍ଜୁର କରିବାକୁ କହିଥିଲେ । ମାତ୍ର ଏଯାଏଁ ଏବାବଦରେ କୌଣସି ଉତ୍ତର ନପାଇବାରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ କମଲନାଥ ପୁଣି ଏହି ଦାବିକୁ ଗୃହମନ୍ତ୍ରୀ ଶାହାଙ୍କ ନିକଟରେ ଉଠାଇବା ସହ ପତ୍ର ଦେଇଛନ୍ତି।
ସେ ଶାହାଙ୍କୁ ଭେଟି ମହିଳା ଓ ଶିଶୁଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ କରାଯାଇଥିବା ସେଟଅପରେ କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି। ପ୍ରସ୍ତାବିତ ଏହି ସେଟଅପରେ ଯାଞ୍ଚ ଅଧିକାରୀ, ଉପକରଣର କ୍ରୟ, ଡ୍ରଗ ସ୍କ୍ୱାର୍ଡର ପୁନଃଗଠନ କରି ଏକ ସେଲ, ଆଇନ ପରାମର୍ଶଦାତା, ରାଜ୍ୟ କାଉନସିଲରଙ୍କ ବ୍ୟତୀତ ଡିଏନଏ ଲ୍ୟାବ ଏବଂ ମୋବାଇଲ ଫରେନସିକ ଟିମ ଗଠନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।