ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ କୋରୋନା ସ୍ଥିତି ନେଇ ବିଜେପିକୁ କମଲନାଥଙ୍କ ଟାର୍ଗେଟ - ମଧ୍ୟପ୍ରଦେଶରେ କୋରୋନା ସ୍ଥିତି ନେଇ ବିଜେପିକୁ କମଲ ନାଥଙ୍କ ଟାର୍ଗେଟ

ମେ 18ରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବ । ହେଲେ କୋରୋନା ସଂକ୍ରମିତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

kamal nath raises questions on Corona figures in three phases
ମଧ୍ୟପ୍ରଦେଶରେ କୋରୋନା ସ୍ଥିତି ନେଇ ବିଜେପିକୁ କମଲ ନାଥଙ୍କ ଟାର୍ଗେଟ

By

Published : May 17, 2020, 7:01 PM IST

ଭୋପାଳ: ରବିବାର ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକଡାଉନ । ଏହି କ୍ରମରେ ସୋମବାର ଅର୍ଥାତ ମେ 18ରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବ । ହେଲେ କୋରୋନା ସଂକ୍ରମିତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କମଲ ନାଥ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ବି ରାଜ୍ୟରେ କୋରୋନା ସ୍ଥିତି ଚିନ୍ତାଜନକ ରହିଛି । ରାଜ୍ୟରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଲକଡାଉନ ଅର୍ଥାତ୍ 24 ମାର୍ଚ୍ଚରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର 4 ଥିଲା । ଆଉ ଏବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ସମୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ଅତିକ୍ରିମ କରିବ । ଏହାସହ 243 ଜଣଙ୍କ ମୃତ୍ୟୁ ହୋଇଛି ଏବଂ ରାଜ୍ୟର 45ରୁ ଊର୍ଦ୍ଧ୍ବ ଜିଲ୍ଲା କୋରୋନା କବଳରେ ଏବେ କବଳିତ ।

ରାଜ୍ୟରେ କୋରୋନାର ଏଭଳି ସ୍ଥିତିକୁ ଚିନ୍ତାଜନକ କହିଛନ୍ତି କମଲ ନାଥ । ଭେଣ୍ଟିଲେଟରଠୁ ଆରମ୍ଭ କରି ଆବଶ୍ୟକୀୟ ଚିକିତ୍ସା ଉପକରଣର ଅଭାବକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ 10ଟି ଜିଲ୍ଲା ଏମିତି ଅଛି ଯେଉଁଠି ବେସରକାରୀ ହସ୍ପିଟାଲରେ ଗୋଟିଏ ବି ଭେଣ୍ଟିଲେଟର ନାହିଁ । ସେହିପରି ପ୍ରଚଣ୍ଡ ଖରା ସତ୍ତ୍ବେ ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରୁଛନ୍ତି । ଶ୍ରମିକଙ୍କ ଏଭଳି ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ଜାହିର କରିଛନ୍ତି ।

ରାଜ୍ୟର ରେଡ ଜୋନକୁ ଛାଡି ଅନ୍ୟ ଅଞ୍ଚଳ ଗୁଡିକରେ ଆବଶ୍ୟକୀୟ ସାମଗ୍ରୀ ସାମଗ୍ରୀର ଅଭାବକୁ ପୂରଣ କରିବାକୁ କହିଛନ୍ତି କମଲ ନାଥ । ଏହା ସହ ଲକଡାଉନ 4.0 ରେ ବ୍ୟବସ୍ଥିତ ଢଙ୍ଗରେ ଆର୍ଥିକ କାରବାର ଆରମ୍ଭ କରିବାକୁ ଦାବି କରିଛନ୍ତି ।

ABOUT THE AUTHOR

...view details