ଓଡିଶା

odisha

ETV Bharat / bharat

ସିଙ୍ଗ୍ରାଉଲି ଆସପଣ୍ଡ ବନ୍ଧ ଭାଙ୍ଗିବା ଘଟଣା: ସହାୟତା ଦାବି କଲେ କମଲନାଥ - ସିଙ୍ଗ୍ରାଉଲି ଆସପଣ୍ଡ ବନ୍ଧ ଭାଙ୍ଗିବା ଘଟଣା

ସିଙ୍ଗ୍ରାଉଲି ଜିଲ୍ଲାରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ପାଉଁଶ ଡ୍ୟାମ୍ ଭୁଶୁଡ଼ିବା ଘଟଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବାକୁ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଦାବି କରିଛନ୍ତି । ସେ ଏନେଇ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

kamal-nath-demands-compensation-for-farmers-after-power-plants-ash-dam-collapses
ସିଙ୍ଗ୍ରାଉଲି ଆସପଣ୍ଡ ବନ୍ଧ ଭାଙ୍ଗିବା ଘଟଣା: ସହାୟତା ଦାବି କଲେ କମଲନାଥ

By

Published : Apr 11, 2020, 4:14 PM IST

ଭୋପାଳ: ସିଙ୍ଗ୍ରାଉଲି ଜିଲ୍ଲାରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ପାଉଁଶ ଡ୍ୟାମ୍ ଭୁଶୁଡ଼ିବା ଘଟଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବାକୁ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଦାବି କରିଛନ୍ତି । ସେ ଏନେଇ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, ସିଙ୍ଗ୍ରାଉଲି ଜିଲ୍ଲାରେ ଏକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ପାଉଁଶ ଡ୍ୟାମ୍ ଭୁଶୁଡ଼ିବା ପରେ ବହୁ କ୍ଷତି ସହିଥିବା ଚାଷୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିବା ଉଚିତ ।’

ସେ ପୁଣି କହିଛନ୍ତି, ‘ସିଙ୍ଗ୍ରାଉଲି ଜିଲ୍ଲାର ରିଲିଆନ୍ସ ପାୱାର ପ୍ଲାଣ୍ଟର ପାଉଁଶ ଡ୍ୟାମ ଭୁଶୁଡ଼ିବା ଦ୍ବାରା ନିକଟସ୍ଥ ଗ୍ରାମ ତଥା ବହୁ ସଂଖ୍ୟକ କୃଷକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ଫସଲ ନଷ୍ଟ ହୋଇଯାଇଛି ଏବଂ ଆବର୍ଜନା ସେମାନଙ୍କ ଘରେ ପ୍ରବେଶ କରିଛି । ଏହା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ।

ସିଙ୍ଗ୍ରାଉଲି ଆସପଣ୍ଡ ବନ୍ଧ ଭାଙ୍ଗିବା ଘଟଣା: ସହାୟତା ଦାବି କଲେ କମଲନାଥ

ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି, ‘କୃଷକଙ୍କ କ୍ଷୟକ୍ଷତିର ଆକଳନ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବା ଉଚିତ୍ । ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବ ସେନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।’ ସୂଚନାଯୋଗ୍ୟ, ସିଙ୍ଗ୍ରାଉଲି ଜିଲ୍ଲାରେ ଏକ ତାପଜ ବିଦ୍ୟୁତ କେନ୍ଦ୍ରର ଏକ ଆସପଣ୍ଡ ବନ୍ଧ ଭୁଶୁଡି ପଡିବାରୁ ପାଉଁଶ ଆଖପାଖ ଗାଁକୁ ବ୍ୟାପିଯାଇଥିଲା ।

@ANI

ABOUT THE AUTHOR

...view details