ଓଡିଶା

odisha

ETV Bharat / bharat

ଇତିହାସରେ ପ୍ରଥମ, ବନ୍ଦ ରହିଲା କାମାକ୍ଷା ଦେବୀଙ୍କ ପ୍ରସିଦ୍ଧ ଅମ୍ବୁବାଚୀ ମେଳା - Ambubachi Mela not be conducted

ଆସାମ ରାଜଧାନୀ ଗୌହାଟୀର କାମରୂପରେ ଅବସ୍ଥିତ କାମାକ୍ଷା ମନ୍ଦିରରେ ପ୍ରସିଦ୍ଧ ଅମ୍ବୁବାଚୀ ମେଳା ଆୟୋଜିତ ହେବନାହିଁ । ସୋମବାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଯେ ଜୁନ୍ 30 ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । କୋରୋନାଭାଇରସ୍ ସଙ୍କଟ ମଧ୍ୟରେ ମନ୍ଦିର ପରିସରରେ କୌଣସି ଜନସମାଗମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

କାମାକ୍ଷା ଦେବୀଙ୍କ ପ୍ରସିଦ୍ଧ ଅମ୍ବୁବାଚୀ ମେଳା
କାମାକ୍ଷା ଦେବୀଙ୍କ ପ୍ରସିଦ୍ଧ ଅମ୍ବୁବାଚୀ ମେଳା

By

Published : Jun 1, 2020, 10:15 PM IST

ଗୌହାଟୀ: କୋରୋନା କାରଣରୁ ଇତିହାସରେ ପ୍ରଥମ ଥର ପାଇଁ ଆସାମ ରାଜଧାନୀ ଗୌହାଟୀର କାମରୂପରେ ଅବସ୍ଥିତ କାମାକ୍ଷା ମନ୍ଦିରରେ ପ୍ରସିଦ୍ଧ ଅମ୍ବୁବାଚୀ ମେଳା ଆୟୋଜିତ ହେବନାହିଁ । ସୋମବାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଯେ ଜୁନ୍ 30 ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । କୋରୋନା ଭାଇରସ୍ ସଙ୍କଟ ମଧ୍ୟରେ ମନ୍ଦିର ପରିସରରେ କୌଣସି ଜନସମାଗମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ଚାରି ଦିନିଆ ଏହି ବାର୍ଷିକ ଅମ୍ବୁବାଚୀ ମେଳା ଜୁନ୍ 22 ରେ କାମାକ୍ଷା ମନ୍ଦିରରେ ଆରମ୍ଭ ହେବାର ଥିଲା। ଏହାପୂର୍ବରୁ ମା କାମାକ୍ଷା ଦେବଳୟ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇ କୁହାଯାଇଛି ଯେ, କେବଳ ପର୍ବ ସହ ଜଡିତ ରୀତିନୀତି ଏବଂ ପ୍ରାର୍ଥନା ମନ୍ଦିର ପୂଜାରୀଙ୍କ ଦ୍ବାରା କରାଯିବ।

ଏହା ମଧ୍ୟ ସ୍ଥିର ହୋଇଛି ଯେ ଭକ୍ତ, ସାଧୁ କିମ୍ବା ପର୍ଯ୍ୟଟକଙ୍କୁ ନୀଳାଚଳ ପାହାଡ ଉପରେ ଥିବା ଶକ୍ତି ପୀଠ ପରିସରରେ ପ୍ରବେଶ କିମ୍ବା ରହିବାକୁ ଅନୁମତି ଦିଆଯିବ ନାହିଁ ।

ପ୍ରତିବର୍ଷ ମନ୍ଦିର ଚାରି ଦିନ ବନ୍ଦ ରହିଥାଏ ଏହି ବିଶ୍ବାସରେ ଦେବୀ କାମାକ୍ଷାଙ୍କ ବାର୍ଷିକ ଋତୁସ୍ରାବ ଏହି ଅବଧିରେ ପଡେ । ପଞ୍ଚମ ଦିନରେ ମନ୍ଦିର ଖୋଲିଲା ଯେତେବେଳେ ଭକ୍ତମାନେ ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ପୂଜାପାଠ ପାଇଁ ଭିଡ ଲଗାଇଥାନ୍ତି ।

ଏହି ଉତ୍ସବରେ ପ୍ରତିବର୍ଷ ଦେଶ ତଥା ବିଦେଶରୁ ପ୍ରାୟ 25 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଆସିଥାନ୍ତି । ମାର୍ଚ୍ଚ 24 ତାରିଖରୁ କୋରୋନା ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନରେ କାମାକ୍ଷା ମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହିଥିଲା ​​|

ABOUT THE AUTHOR

...view details