ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ କୋରୋନା ମୃତକଙ୍କ ଡାକ୍ତର ବି କୋରୋନା ପଜିଟିଭ୍ - Kalaburagi doctor positive corona virus

ଦେଶର ପ୍ରଥମ କୋରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କୋରୋନା ପଜିଟିଭ୍। ପୁରା ପରିବାରକୁ ଆଇସୋଲେସନରେ ରଖାଯାଇଛି। ଅଧିକ ଖବର ପଢନ୍ତୁ...

corona virus
କୁଲବର୍ଗୀ ଡାକ୍ତରଙ୍କ କୋରୋନା ପଜିଟିଭ୍, ଦେଶର ପ୍ରଥମ ମୃତକଙ୍କ ଚିକିତ୍ସକ

By

Published : Mar 17, 2020, 10:42 AM IST

ବେଙ୍ଗାଲୁର: ଭାରତରେ ପ୍ରଥମ କୋରୋନା ସଂକ୍ରମଣ ମୃତ୍ୟୁ କର୍ଣ୍ଣାଟକ କାଲବୁର୍ଗୀରେ ହୋଇଥିଲା । ଏଥିରେ ଜଣେ 76 ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିଲେ । ତେବେ ବୃଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କୋରୋନା ଭାଇରସ ପଜିଟିଭ୍ ଆସିଛି ।

ପରୀକ୍ଷା ରିପୋର୍ଟ ଆସିଲା ପରେ ସମ୍ପୂର୍ଣ୍ଣ ପରିବାରକୁ ଆଇସୋଲେସନରେ ତାଙ୍କ ନିଜ ଘରେ ରଖାଯାଇଛି । ଏନେଇ କର୍ଣ୍ଣାଟକର ଡେପୁଟି କମିଶନର ସରତ.ବି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ମୃତ 76 ବର୍ଷୀୟ ବୃଦ୍ଧଙ୍କ ଜାନୁୟାରୀ 29ରେ ସାଉଦି ଆରବ ଗସ୍ତ କରିଥିଲେ । ଏହାପରେ ଫେବୃୟାରୀ 29ରେ ଭାରତ ଫେରିଥିଲେ । ଏହି ଗସ୍ତରୁ ଆସିବା ପରେ ତାଙ୍କ ଦେହରେ ଆସ୍ବାଭାବିକ ଲକ୍ଷଣ ପ୍ରକାଶ ପାଇଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details