ବେଙ୍ଗାଲୁରୁ: କୋରୋନା ପାଇଁ ଦେଶରେ ଜାରି ରହିଛି ଦ୍ବିତୀୟ ଲକଡାଡାଉନ । ଯେଉଁଥିପାଇଁ ଘରୁ ନ ବାହାରିବାକୁ ବାରମ୍ବାର ସଚେତନ କରାଯାଉଛି । ଏହାସତ୍ତ୍ବେ ଏହି ନିୟମକୁ ଉଲ୍ଲଙ୍ଘନ କରି କିଛି ଲୋକ ଅବାଧ ହୋଇ ବାହାରେ ବୁଲୁଛନ୍ତି । ଯାହାକୁ ନେଇ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ଲକଡାଉନ ନିୟମ ଉଲ୍ଲଘଂନ: କାଲାବୁରାଗୀରେ 4,200 ଗାଡି ଜବତ - lockdown
ଦେଶବାସୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ସରକାର ଚିନ୍ତିତ ଥିବାବେଳେ,. କିଛି ଅବାଧ୍ୟ ବ୍ୟକ୍ତିଙ୍କ ପାଇଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲକଡାଉନ ନିୟମ ଉଲ୍ଳଙ୍ଘନ କରି ଦେଶରେ ଅନେକ ଗିରଫ ହେଉଥିବାବେଳେ ବହୁପରିମାଣରେ ଗାଡି ଜବତ କରୁଛି ପୋଲିସ । ଅଧିକ ପଢନ୍ତୁ...
![ଲକଡାଉନ ନିୟମ ଉଲ୍ଲଘଂନ: କାଲାବୁରାଗୀରେ 4,200 ଗାଡି ଜବତ Kalaburagi city](https://etvbharatimages.akamaized.net/etvbharat/prod-images/768-512-6849991-88-6849991-1587269528143.jpg)
ଲକଡାଉନ ନିୟମ ଉଲ୍ଲଘଂନ
ତେବେ କୋରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନ ଉଲ୍ଲଂଘନ କରି କର୍ଣ୍ଣାଟକର କାଲାବୁରାଗୀରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 4,200 ଗାଡି ଜବତ ହୋଇଛି । ସହରରେ ଲକଡାଉନ ପାଇଁ ପୋଲିସ ପକ୍ଷରୁ ଲୋକଙ୍କ ଉପରେ ନଜର ରଖାଯିବା ସହ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା କହିଛନ୍ତି କାଲାବୁରାଗି ଡିସିପି କିଶୋର ବାବୁ ।