ପାଟନା: ଚିନ୍ତା ବଢାଇଛି କୋରୋନା ଭାଇରସ । ଏଭଲି ପରିସ୍ଥିତିରେ କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ଏହି ସମୟରେ ଘରେ ରହି ସମୟ କାଟୁଛନ୍ତି । ଏହା ମଧ୍ୟରେ ବିହାରର ରୋହତାସ ଜିଲ୍ଲାର ନରୱାର ପଞ୍ଚାୟତ ମୁଖିଆ ସୀତା ୟାଦବ ପୁରା ଗ୍ରାମକୁ ନିଜେ ବୁଲି ବୁଲି ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି ।
ନିଜ ଗାଁକୁ ସାନିଟାଇଜ କଲେ ମୁଖିଆ - କୋରୋନା
ବିହାରର ରୋହତାସ ଜିଲ୍ଲାର ନରୱାର ପଞ୍ଚାୟତ ମୁଖିଆ ସୀତା ୟାଦବ ପୁରା ଗ୍ରାମକୁ ନିଜେ ବୁଲି ବୁଲି ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି ।
![ନିଜ ଗାଁକୁ ସାନିଟାଇଜ କଲେ ମୁଖିଆ corona](https://etvbharatimages.akamaized.net/etvbharat/prod-images/768-512-6943211-113-6943211-1587885115031.jpg)
ନିଜ ଗାଁକୁ ସାନିଟାଇଜ କଲେ ମୁଖିଆ
ଗତ ସପ୍ତାହ ହେବ ସେ ସକାଳୁ ଉଠି ନିଜ ହାତରେ ଗ୍ଲୋଭ ଏବଂ ମୁହିଁରେ ମାସ୍କ ବାନ୍ଧିବା ସହ ନିଜ ପିଠିରେ ଏକ ସାନିଟାଇଜର ଡବା ବାନ୍ଧି ସମ୍ପୂର୍ଣ୍ଣ ଗାଁକୁ ସାନିଟାଇଜ କରୁଛନ୍ତି । ଏଥିସହ ସୀତା ୟାଦବ ପଞ୍ଚାୟତର ବହୁ ଗ୍ରାମକୁ ଏପରି ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି । ଗାଁ ମୁଖିଆଙ୍କୁ ଏପରି ଦେଖି ଗ୍ରାମବାସୀ ବେଶ ଖୁସି ଅଛନ୍ତି । ଏଥିସହ ସୀତା ୟାଦବ ଗାଁ ଗାଁ ବୁଲି ଲୋକଙ୍କୁ କୋରୋନା ସଚେତନତା ସମ୍ପର୍କରେ ବୁଝାଉଛନ୍ତି ।