ଓଡିଶା

odisha

ETV Bharat / bharat

ସର୍ବୋଚ୍ଚ ଗିରିଶୃଙ୍ଘ ଆରୋହଣ କରି ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ବିଶ୍ବରେକର୍ଡ - କାମ୍ୟା କାର୍ତ୍ତିକେୟନ

ବିଶ୍ବର ସର୍ବକନିଷ୍ଠ ପର୍ବତାରୋହୀ । ମୁମ୍ବାଇର କାମ୍ୟା କାର୍ତ୍ତିକେୟନ, ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଘ 'ମାଉଣ୍ଟ ଆକନକାଗୁଆ'ର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ....

aa
ଭାରତର 'ମାଉଣ୍ଟେନ ଗାର୍ଲ'ଙ୍କ ବିଶ୍ବ ରେକର୍ଡ

By

Published : Feb 9, 2020, 9:47 PM IST

ନୂଆଦିଲ୍ଲୀ: 7ମ ଶ୍ରେଣୀ ଛାତ୍ରୀଙ୍କ ଅନନ୍ୟ କୃତିତ୍ବ । ମୁମ୍ବାଇର କାମ୍ୟା କାର୍ତ୍ତିକେୟନ, ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଘ 'ମାଉଣ୍ଟ ଆକନକାଗୁଆ'ର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଏଥିରେ ସେ ବିଶ୍ବର ସର୍ବକନିଷ୍ଠ ପର୍ବତାରୋହୀ ଭାବରେ ରେକର୍ଡ କରିଛନ୍ତି ।

କାର୍ତ୍ତିକେୟନ ଜଣେ ନୌସେନା ଅଧିକାରୀଙ୍କ ଝିଅ । ସେ 2020 ଫେବୃଆରୀ 1 ତାରିଖରେ 6962 ମିଟର ଉଚ୍ଚତମ ମାଉଣ୍ଟ ଆକନକାଗୁଆରେ ପହଞ୍ଚି ତ୍ରିରଙ୍ଗା ଉଡାଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । କାମ୍ୟାଙ୍କ ପୂର୍ବରୁ ଅନେକ ରେକର୍ଡ ରହିଛି । ସେ ଆଫ୍ରିକା, ୟୁରୋପ ଓ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଗିରିଶୃଙ୍ଘରେ ପହଞ୍ଚି ରେକର୍ଡ ସୃଷ୍ଟି କରିସାରିଛନ୍ତି । ଯେଉଁଥିରେ ସମୁଦ୍ର ପତନ ଠାରୁ 6000 ମିଟରରୁ ଅଧିକ ଉଚ୍ଚତା ଥିବା ଦୁଇଟି ଗିରିଶୃଙ୍ଘ ମଧ୍ୟ ରହିଛି ।

ଗତ ବର୍ଷ ଅଗଷ୍ଟ ମାସରେ କାମ୍ୟା ଲଦାଖର ମୋରିରି ହ୍ରଦ ନିକଟରେ ଥିବା ମାଉଣ୍ଟ ମେନଟକ କାଙ୍ଗ୍ରୀ 2(6262 ମିଟର) ଶୃଙ୍ଘରେ ଚଢିଥିଲେ ।

ABOUT THE AUTHOR

...view details