ହାଇଦ୍ରାବାଦ: ଯେତେବେଳେ କୌଣସି ବ୍ୟକ୍ତିର ଭଲ ସମୟ ଚାଲିଥାଏ ସେବେ ତାକୁ ଚର୍ତୁପାର୍ଶ୍ବରୁ ଶୁଭ ସମାଚାର ମିଳିଥାଏ । ମାତ୍ର ଜୀବନରେ ସବୁ ସମୟ ସମାନ ହୋଇନଥାଏ । କେତେବେଳେ ଭଲ ତ କେତେବେଳେ ଖରାପ ସମୟ ଦେଇ ଗତି କରିବାକୁ ପଡିଥାଏ ମଣିଷକୁ ।
ତେବେ ଖରାପ ସମୟରେ ବ୍ୟକ୍ତିକୁ ଅସଫଳତା, ରୋଗ ଏବଂ ଚିନ୍ତା ଦେଇଥାଏ । ଏସବୁ ଯଦି ଆପଣଙ୍କ ସହ ଘଟୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଆପଣଙ୍କର କୁଣ୍ଡଳି ଦୋଷ ମଧ୍ୟ ହୋଇପାରେ । ଆଉ କାଳସର୍ପ ଦୋଷ ସେହି ଦୋଷମାନଙ୍କ ମଧ୍ୟରୁ ଗୋଟିଏ । ଏହି ଦୋଷ କାରଣରୁ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ କାଳସର୍ପ ଯୋଗର ପ୍ରଭାବ ପଡିଥାଏ ।
କାଳସର୍ପ ଯୋଗ
ଯେତେବେଳେ ରାହୁ ଏବଂ କେତୁ ମଧ୍ୟରେ ଅନ୍ୟ ଗ୍ରହର ଉପସ୍ଥିତି ହୋଇଥାଏ ସେବେ କାଳସର୍ପ ଯୋଗର ପ୍ରଭାବ ଦେଖା ଯାଇଥାଏ । ସେହିପରି ଯେବେ କେତୁ ଏବଂ ରାହୁ ମଧ୍ୟରେ ଅନ୍ୟ ଗ୍ରହ ଉପସ୍ଥିତ ରହିଥାଆନ୍ତି ସେବେ ଏହାର ପ୍ରଭାବ ପଡିନଥାଏ ।