ଚେନ୍ନାଇ: ଆସନ୍ତା ବର୍ଷ 2021ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ-ଡିଏମକେ ମଧ୍ୟରେ ମେଣ୍ଟ ସମ୍ପର୍କ ବଜାୟ ରହିବ। ଶନିବାର ଏହି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା କେଏସ ଆଲାଗିରି। ଆଜି ଚେନ୍ନାଇରେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ଓ କେଏସ ଆଲାଗିରିଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।
ବିଧାନସଭା ନିର୍ବାଚନ: ତାମିଲନାଡୁରେ କଂଗ୍ରେସ-ଡିଏମକେ ମେଣ୍ଟ - K S Alagir
ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ କଂଗ୍ରେସ-ଡିଏମକେ। ଉଭୟ ଦଳ ମେଣ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି।
![ବିଧାନସଭା ନିର୍ବାଚନ: ତାମିଲନାଡୁରେ କଂଗ୍ରେସ-ଡିଏମକେ ମେଣ୍ଟ DMK President](https://etvbharatimages.akamaized.net/etvbharat/prod-images/768-512-5751115-thumbnail-3x2-kkkkkk.jpg)
DMK President
ଏହି ବୈଠକରେ ଉଭୟ ନେତା ଉଭୟ ଦଳର ବିଚାର ଧାରା ଉପରେ ଆଲୋଚନା କରିଥିଲେ । ଏହାପରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା । ପରେ କଂଗ୍ରେସ ନେତା କେଏସ ଆଲାଗିରି କହିଛନ୍ତି ରାଜ୍ୟର ବିକାଶ ପାଇଁ ଉଭୟ ଦଳ ନିଜ ନିଜ ବିଚାର ଧାରାକୁ ସମ୍ମାନ ଜଣାଇ 2021 ବିଧାନସଭା ମିଳିତ ଭାବେ ଲଢିବେ। ମେଣ୍ଟରେ କୌଣସି ବିବାଦ ନାହିଁ। ଛୋଟ ମୋଟ ଯାହା ସମସ୍ୟା ଥିଲା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି।