ଓଡିଶା

odisha

By

Published : Dec 11, 2019, 12:09 PM IST

ETV Bharat / bharat

କର୍ଣ୍ଣାଟକ ଏଆଇସିସି ସାଧାରଣ ସମ୍ପାଦକ ପଦରୁ କେସି ଭେନୁଗୋପାଳଙ୍କ ଇସ୍ତଫା

ଉପନିର୍ବାଚନରେ କଂଗ୍ରେସ ଆକାଂକ୍ଷିତ ଲକ୍ଷ୍ୟ ହାସଲ ନ କରିବାରୁ କେସି ଭେନୁଗୋପାଳ କର୍ଣ୍ଣାଟକ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଏଆଇସିସି ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ଜଣାପଡିଛି ।

bengaluru
ଫାଇଲ ଫଟୋ

ବେଙ୍ଗାଲୁରୁ: ବିରୋଧୀ ଦଳ ନେତା ପଦରୁ ସିଦ୍ଧରମୈୟା ଓ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଦିନେଶ ଗୁଣ୍ଡୁରାଓଙ୍କ ଇସ୍ତଫା ପରେ କେସି ଭେନୁଗୋପାଳ କର୍ଣ୍ଣାଟକ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜର ଇସ୍ତଫା ପତ୍ର ଏଆଇସିସି ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ଉପନିର୍ବାଚନରେ କଂଗ୍ରେସ ଆକାଂକ୍ଷିତ ଲକ୍ଷ୍ୟ ହାସଲ ନ କରିବାରୁ ସେ ଏହି ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

କର୍ଣ୍ଣାଟକ ଉପନିର୍ବାଚନରେ ପରାସ୍ତ ପରେ ଗତକାଲି(ମଙ୍ଗଳବାର) ସିଦ୍ଧରମୈୟା ଓ ଦିନେଶ ଗୁଣ୍ଡୁରାଓ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ସପ୍ତାହ ମଧ୍ୟରେ ଜଣେ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି ।

ABOUT THE AUTHOR

...view details