ଭୋପାଳ: ସାଧାରଣ ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟର ସରିଛି ମତଦାନ । ଆଗାମୀ ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ରାଜନୈତିକ ଦଳ । ଏହାସହ ପ୍ରାୟ ଦିନ ନାମାଙ୍କନ ଦାଖଲ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହିକ୍ରମରେ ମଧ୍ୟପ୍ରେଦଶର ଗୁଣା ସଂସଦୀୟ କ୍ଷେତ୍ରରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ।
ଗୁଣାରୁ ନାମାଙ୍କନ ଭରିଲେ ଜ୍ୟୋତିରାଦିତ୍ୟ ସିନ୍ଧିୟା - Guna constituency
ମଧ୍ୟପ୍ରେଦଶର ଗୁଣା ସଂସଦୀୟ କ୍ଷେତ୍ରରୁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିୟା । ଏହି ଅବସରରେ ତାଙ୍କ ସହ ପତ୍ନୀ ପ୍ରିୟଦର୍ଶନୀ ସିନ୍ଧିୟା ମଧ୍ୟ ଉପସ୍ଥିତ ଥିଲେ ।
![ଗୁଣାରୁ ନାମାଙ୍କନ ଭରିଲେ ଜ୍ୟୋତିରାଦିତ୍ୟ ସିନ୍ଧିୟା](https://etvbharatimages.akamaized.net/etvbharat/images/768-512-3059021-thumbnail-3x2-jyotiraditya.jpg)
ଫଟୋ ସୌଜନ୍ୟ: ଟ୍ବିଟର
ଏହି ଅବସରରେ ତାଙ୍କ ସହ ପତ୍ନୀ ପ୍ରିୟଦର୍ଶନୀ ସିନ୍ଧିୟା ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ସେ ରୋଡ ଶୋ' ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ଏଠାରେ ଆୟୋଜିତ ଏକ ସଭାରେ ଭିଣ୍ଡରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାକେଶ ସିଂ କଂଗ୍ରେସରେ ସାମିଲ ହୋଇଛନ୍ତି ।