ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବୋବଡେ - ଶପଥ ନେଲେ ଜଷ୍ଟିସ ବୋବଡେ

ସୁପ୍ରିମକୋର୍ଟର 47ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୋମବାର ଶପଥ ଗ୍ରହଣ କରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Nov 18, 2019, 8:12 AM IST

Updated : Nov 18, 2019, 10:42 AM IST

ନୂଆଦିଲ୍ଲୀ: ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୋମବାର ସୁପ୍ରିମକୋର୍ଟର 47ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସକାଳ 9.30ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତ ଅକ୍ଟୋବର 18 ତାରିଖରେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ବୋବଡେଙ୍କ ନାମଙ୍କୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜଷ୍ଟିସ ବୋବଡେ 1956 ଏପ୍ରିଲ 24 ତାରିଖରେ ମହାରାଷ୍ଟ୍ର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେ ନାଗପୁର ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହା ପରେ 1978ରେ ମହାରାଷ୍ଟ୍ର ବାର କାଉସିଲରେ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । 1998 ମସିହାରେ ସିନିୟର ଆଡଭୋକେଟ ପଦକୁ ଉନ୍ନୀତ ହୋଇଥିଲେ ।

ବିଚାରପତି ଭାବେ 2000ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଜଷ୍ଟିସ ବୋବଡେ । ଏହାପରେ 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟଭାର ସମ୍ଭାଳି ଥିଲେ । ସୁପ୍ରିମକୋର୍ଟର ବିଚାରପତି ଭାବେ 2013 ଏପ୍ରିଲ 12ରେ ଦାୟିତ୍ବ ଗ୍ରହଣ କରିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ସହିତ ଅଯୋଧ୍ୟା ମାମଲାର ଶୁଣାଣୀ କରୁଥିବା 5 ଜଣିଆ ଖଣ୍ଡପୀଠଙ୍କ ମଧ୍ୟରେ ଜଷ୍ଟିସ ବୋବଡେ ରହିଥିବା ବେଳେ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ହୋଇଥିବା ଯୌନ ନିର୍ଯ୍ୟାତନା ମାମଲାର ଶୁଣାଣୀ କରିଥିବା କମିଟିର ସଦସ୍ୟ ରହି ତାଙ୍କୁ କ୍ଲିନଚିଟ ପ୍ରଦାନ କରିଥିଲେ।

Last Updated : Nov 18, 2019, 10:42 AM IST

ABOUT THE AUTHOR

...view details